ଇସ୍ତଫା ଘୋଷଣା କଲେ ହରିଆଣା ବିଜେପି ମୁଖ୍ୟ

ନୂଆଦିଲ୍ଲୀ: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ବିଜେପି ହରିଆଣାରେ ସରକାର ଗଠନ କରିପାରିବ ନାହିଁ ବୋଲି ଜାଣି ସାରିଲାଣି। ତେବେ ଗୋଟିଏପଟେ ହରିଆଣାରେ ସରକାର ଗଠନ କରିବା ପାଇଁ ବିଜେପି ଜୋରଦାର କସରତ ଚଲାଇ ଥିବାବେଳେ ଅନ୍ୟପକ୍ଷେ ହରିଆଣା ବିଜେପି ମୁଖ୍ୟ ସୁଭାଷ ବରଲା ଇସ୍ତଫା ଘୋଷଣା କରିଛନ୍ତି।

ଟ୍ରେଣ୍ଡ ଅନୁଯାୟୀ, ୯୦ଟି ଆସନରୁ ବିଜେପି ୪୦ଟି ଆସନ ମଧ୍ୟରେ ସୀମିତ ରହିବ ବୋଲି ଜଣାପଡ଼ିଛି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୬। ତେଣୁ ବିଜେପି ସରକାର ଗଠନ କରିବା ସହଜ ହେବନାହିଁ।

ଦଳର ଏଭଳି ସ୍ଥିତି ପାଇଁ ସୁଭାଷ ବରଲା ନିଜକୁ ଦାୟୀ କରିଛନ୍ତି। ଏଥିପାଇଁ ସେ ଏହି ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ସେ ଖୁବଶୀଘ୍ର ନିଜର ଇସ୍ତଫାପତ୍ରକୁ ଦଳର ହାଇକମାଣ୍ଡଙ୍କ ପାଖକୁ ପଠାଇବେ ବୋଲି କହିଛନ୍ତି।

ସେପଟେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କୁ ଦିଲ୍ଲୀ ଡକାଇଛନ୍ତି। ହରିଆଣାରେ ପୁଣିଥରେ ସରକାର ଗଠନ କରିବାରେ ଲକ୍ଷ୍ୟରେ ବିଜେପି ତା’ର ସଂଘର୍ଷ ଜାରି ରଖିଛି। ଅନ୍ୟପକ୍ଷରେ କଂଗ୍ରେସ ୩୧ଟି ଆସନରେ ଆଗୁଆ ରହିଛି ଏବଂ ଦଳ ସରକାର ଗଠନ କରିବା ପାଇଁ ଜନନାୟକ ଜନତା ପାର୍ଟି(ଜେଜେପି)ର ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌଟାଲାଙ୍କ ସହ ଆଲୋଚନା ଚଲାଇଥିବା ଜଣାପଡ଼ିଛି।

You might also like