ପାସ୍‌ ହେଲା ନୂଆ ବିଲ୍; ଭୋଟର ଚାହିଁଲେ କାମ କରୁନଥିବା ସରପଞ୍ଚଙ୍କୁ ଗାଦିରୁ ହଟାଇ ପାରିବେ

ଚଣ୍ଡିଗଡ଼: ହରିଆଣା ସରକାର ବିଧାନସଭାରେ ଏପରି ଏକ ବିଲ୍‌ ପାସ୍ କରିଛନ୍ତି, ଯାହା ଆଇନ୍‌ରେ ପରିଣତ ହେଲେ ପଞ୍ଚାୟତାରେ ଭୋଟରଙ୍କ କ୍ଷମତା ବଢ଼ିଯିବ। ସେମାନେ ଚାହିଁଲେ କାମ କରୁନଥିବା ସରପଞ୍ଚଙ୍କୁ ହଟାଇ ପାରିବେ।

ଶୁକ୍ରବାର ହରିଆଣା ସରକାରଙ୍କ ପକ୍ଷରୁ ବିଧାନଭାରେ ‘ରାଇଟ୍‌ ଟୁ ରିକଲ୍’ ବିଲ୍‌ ଅଣାଯାଇଥିଲା। ଯାହା ପାସ୍ ହୋଇଛି। ଏଥିରେ ଭୋଟର୍‌ଙ୍କ କ୍ଷମତା ନେଇ ଏକ ବିକଳ୍ପ ରହିଛି। ଯେଉଁଥିରେ ଭୋଟର ଚାହିଁଲେ କାମ କରୁନଥିବା ସରପଞ୍ଚଙ୍କୁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ହଟାଇ ଦେଇପାରିବେ।

ହରିଆଣା ପଞ୍ଚାୟତ ରାଜ(ସେକେଣ୍ଡ ଆମେଣ୍ଡମେଣ୍ଟ ) ବିଲ୍‌ ୨୦୨୦ରେ ଏହି ‘ରାଇଟ୍‌ ଟୁ ରିକଲ୍‌’ ବିକଳ୍ପ ରହିବ। ଏହି ଆଇନ ବଳରେ ଲୋକେ ତାଙ୍କ କ୍ଷମତା ପାଇପାରିବେ।

ହରିଆଣା ସରକାରଙ୍କ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ବିଧାନସଭାରେ ଏହି ବିଲ୍‌ ଆଣିଥିଲେ। ବିଲ୍‌ ଉପରେ ଆଲୋଚନା ବେଳେ ଦୁଷ୍ୟନ୍ତ କହିଥିଲେ “ ଏହି ଆଇନ୍‌ ପଞ୍ଚାୟତ ରାଜ ବିଭାଗ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ। ଅନେକ ସମୟରେ ସରପଞ୍ଚମାନଙ୍କ କାର୍ଯ୍ୟ ଖିଲାପି ନେଇ ଅଭିଯୋଗ ଆସୁଥିଲା। ଜିଲ୍ଲୀସ୍ତରୀୟ ହେଉ କିମ୍ବା ବ୍ଲକ୍‌ ସ୍ତରୀୟ ପ୍ରତ୍ୟେକ ଦିନ ଶହ ଶହ ଅଭିଯୋଗ ହେଉଥିଲା।” ଏବେ ଏହି ଆଇନ ବଳରେ ଲୋକେ କାମ କରୁନଥିବା ସରପଞ୍ଚ ହଟାଇବାର ଅଧିକାର ପାଇପାରିବେ ବୋଲି ଦୁଷ୍ୟନ୍ତ କହିଛନ୍ତି।

ବିଲ୍‌ର କାର୍ଯ୍ୟକାରୀତା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, କାମ କରୁଥିବା ସରପଞ୍ଚଙ୍କୁ ଗାଦିଚ୍ୟୁତ କରିବାକୁ ହେଲେ ଏଥିପାଇଁ ଲୋକମାନଙ୍କୁ ଅବିଶ୍ୱାସ ପ୍ରସ୍ତାବ ଉପରେ ପଞ୍ଚାୟତର ୩୩ ପ୍ରତିଶତ ଭୋଟରଙ୍କ ହସ୍ତାକ୍ଷର ଦରକାର ପଡ଼ିବ। ଏହି ପ୍ରସ୍ତାବ ପ୍ରଥମେ ପଞ୍ଚାୟତ ଅଫିସର ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଯିବ।

ଏହାପରେ ଏକ ଗ୍ରାମସଭା ଡକାଯାଇ ଘଟଣା ସମ୍ପର୍କରେ ଚର୍ଚ୍ଚା କରାଯିବ। ଏହାର ତୁରନ୍ତ ପରେ ବୈଠକରେ ଏକ ଗୁପ୍ତ ଭୋଟିଂ କରାଯିବ। ଯଦି ଏଥିରେ ୬୭ ପ୍ରତିଶତ ଭୋଟର ସରପଞ୍ଚଙ୍କ ବିରୋଧରେ ମତ ଦିଅନ୍ତି ତେବେ ସରପଞ୍ଚଙ୍କୁ ହଟାଯାଇ ପାରିବ।

ତେବେ ନିୟମ ଅନୁସାରେ, ସରପଞ୍ଚଙ୍କ କାର୍ଯ୍ୟକାଳ ବର୍ଷେ ପୂରିବା ପରେ ହିଁ ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇ ପାରିବ। ଏହି ମାମଲାରେ ଯଦି ଅବିଶ୍ୱାସ ପ୍ରସ୍ତାବକୁ ଦୁଇ ତୃତୀୟାଂଶ ଭୋଟ୍‌ ନ ମିଳିଲା ତେବେ ଆଗାମୀ ବର୍ଷେ ପର୍ଯ୍ୟନ୍ତ ପାଇଁ ସରପଞ୍ଚ ଗାଦିରେ ରହିପାରିବେ। ବର୍ଷକରେ ମାତ୍ର ଥରିଏ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇ ପାରିବ ବୋଲି ହରିଆଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟତ ଚୌଟାଲା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like