ବାବା ରାମଦେବଙ୍କୁ ମହଙ୍ଗା ପଡ଼ିଲା ଏଲୋପାଥିକୁ ନେଇ ବିବାଦୀୟ ବୟାନ

ନୂଆଦିଲ୍ଲୀ: ବାବା ରାମଦେବଙ୍କୁ ମହଙ୍ଗା ପଡ଼ିଲା ଏଲୋପାଥିକୁ ନେଇ ବିବାଦୀୟ ବୟାନ। ଆଇଏମ୍ଏର ବିରୋଧ ପରେ ଯୋଗଗୁରୁଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଚିଠି ଲେଖିଛନ୍ତି। ଏଲୋପାଥତ୍ ଔଷଧ ନେଇ ବାବା ରାମଦେବ ଯେଉଁ ମନ୍ତବ୍ୟ ଦେଇଥିଲେ ସେହି ମନ୍ତବ୍ୟ ଫେରାଇ ନେବାକୁ ରାମଦେବଙ୍କୁ ଚିଠିରେ କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ। ବାବା ରାମଦେବଙ୍କ ଏଭଳି ମନ୍ତବ୍ୟ କରୋନା ଯୋଦ୍ଧାଙ୍କୁ ଆଘାତ ଦେଇଛି।

ଲୋକଙ୍କ ଜୀବନ ବଞ୍ଚାଉଥିବା ଏଲୋପାଥିକୁ ନେଇ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଏଲୋପାଥତ୍କୁ ତମାସା, ବେକାର ଓ ଦେବାଳିଆ କହିବା ଦୁର୍ଭାଗ୍ୟଜନକ ବୋଲି ଚିଠିରେ ଦର୍ଶାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। କରୋନା ଯୁଦ୍ଧରେ ଦେଶର ହଜାର ହଜାର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଜୀବନ ଦେଇଛନ୍ତି। ଏଭଳି ସମୟରେ ଏମିତି ବକ୍ତବ୍ୟ ସେମାନଙ୍କୁ ଓ ଦେଶବାସୀଙ୍କୁ ଆଘାତ ଦେଇଛି।

ଆମେ ଭୁଲିବା ଉଚିତ ନୁହେଁ ଯେ, ସାମୂହିକ ଉଦ୍ୟମରେ ହିଁ କରୋନାରୁ ମୁକ୍ତି ମିଳିବ ବୋଲି ହର୍ଷବର୍ଦ୍ଧନ ୨ ପୃଷ୍ଠାର ଏକ ଚିଠି ଲେଖି ଉଲ୍ଲେଖ କରିଛନ୍ତି। ଗତକାଲି ଏଲୋପାଥତ୍ ଔଷଧ ଯୋଗୁଁ କରୋନା ରୋଗୀ ମୃତ୍ୟୁବରଣ କରୁଥିବା ନେଇ ମନ୍ତବ୍ୟ ଦେଇଥିଲେ।

You might also like