ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ନୂଆଦିଲ୍ଲୀ: ଭାରତରେ ଆମେରିକୀୟ ବ୍ରାଣ୍ଡ୍‌ର ବାଇକ୍‌ Harley-Davidson ଏହାର ପ୍ରଡକ୍ଟ ଓ ସେଲ୍ ବନ୍ଦ କରିଛି। ନିଜ କାରବାରର ପୁନର୍ବିନ୍ୟାସ ସ୍ୱରୁପ Harley-Davidson କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି।

ଯେଉଁ ଦେଶରେ ଏହି ବ୍ରାଣ୍ଡ୍‌ର ବାଇକ୍ ଅଧିକ ବିକ୍ରି ହେଉଛି, ସେହି ଦେଶରେ ଏହାର କାରବାରକୁ ବଢ଼ାଇବା ଲାଗି କମ୍ପାନୀ ଗୁରୁତ୍ୱ ଦେଉଛି। ତା ସହିତ ଯେଉଁ ଦେଶରେ ଏହି ବ୍ରାଣ୍ଡ୍‌ର ଚାହିଦା ନାହିଁ ସେସବୁ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ। ଏହିକ୍ରମରେ ଭାରତରେ ଏହି ବ୍ରାଣ୍ଡ୍‌ର ଗାଡ଼ିର ବଜାର ଚାହିଦା ନ ଥିବାରୁ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ। ଏନେଇ କମ୍ପାନୀ ପକ୍ଷରୁ ବିବୃତି ଜାରି କରି ସ୍ପଷ୍ଟ କରାଯାଇଛି। ଏହାସହ Harley-Davidson ଏହାର ପ୍ରଡକ୍ଟ ଓ ସେଲ୍ ଭାରତରେ ବନ୍ଦ କରିଛି।

ହରିଆଣାର ବଓ୍ୱାଲରେ ଥିବା manufacturing ପ୍ଲାଣ୍ଟକୁ ବନ୍ଦ କରାଯିବା ସହ ଗୁରୁଗ୍ରାମରେ ଅଳ୍ପ କର୍ମଚାରୀଙ୍କୁ ନେଇ ଅଫିସ ଚାଲିଥିବା ଜଣାପଡ଼ିଛି।  ତେବେ ପୂର୍ବରୁ ବିକ୍ରି ହୋଇଥିବା ଗାଡ଼ିକୁ ସର୍ଭିସ ଯୋଗାଇଦେବାକୁ କମ୍ପାନୀ ସମସ୍ତ ପ୍ରକାରର ବ୍ୟବସ୍ଥା କରିବା ସହ ଗ୍ରାହକଙ୍କୁ ଏସମ୍ପର୍କରେ ଜଣାଇ ଦିଆଯାଉଥିବା କୁହାଯାଇଛି।

You might also like