ଶରଜିଲ୍‌ଙ୍କୁ ସମସ୍ତଙ୍କ ସାମ୍ନାରେ ଗୁଳି ମାରିଦେବା ଦରକାର: ବିଜେପି ବିଧାୟକ

ନୂଆଦିଲ୍ଲୀ: ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜିଲ ଇମାମ ହାତ କାଟିଦେବା ପାଇଁ ଶିବସେନାର ଆହ୍ୱାନ ପରେ ତାଙ୍କୁ ଗୁଳି ମାରିଦେବା ଦରକାର ବୋଲି କହିଛନ୍ତି ବିଜେପି ବିଧାୟକ ସଙ୍ଗୀତ ସୋମ୍। ଏନ୍‌ଆଇକୁ ଦେଇଥିବା ଏକ ବୟାନ୍‌ରେ ସଙ୍ଗୀତ କହିଛନ୍ତି ” ସର୍‌ଜିଲ୍‌ ଇମାମଙ୍କ ଭଳି ଲୋକ, ଯେଉଁମାନେ ଦେଶ ଭାଙ୍ଗିବା ଭଳି କଥା କହୁଛନ୍ତି ସେମାନଙ୍କୁ ସମସ୍ତଙ୍କ ସାମ୍ନାରେ ଗୁଳି ମାରିଦେବା ଦରକାର।” ସଂଗୀତ ସୋମ୍‌ ବର୍ତ୍ତମାନ ଉତ୍ତର ପ୍ରଦେଶର ସାରଧନା ନିର୍ବାଚନମଣ୍ଡଳିରୁ ବିଧାୟକ ଅଛନ୍ତି।

ଏଥିସହିତ ଶାହୀନବାଗରେ ବିରୋଧ କରୁଥିବା ଲୋକଙ୍କ ମଧ୍ୟ ଟାର୍ଗେଟ୍ କରିଥିଲେ ସୋମ। ବିକ୍ଷୋଭକାରୀଙ୍କୁ ବେରୋଜଗାର କହିବା ସହିତ ବିରୋଧୀ ଦଳଙ୍କ ଦ୍ୱାରା ପ୍ରେରିତ ହୋଇ ଏମାନେ ବିରୋଧ କରୁଥିବା ସୋମ୍ କହିଛନ୍ତି।

ସେ କହିଛନ୍ତି “ଯେଉଁ ମହିଳାମାନେ ବିକ୍ଷୋଭରେ ବସିଛନ୍ତି ସେମାନଙ୍କର କୌଣସି କାମ ନାହିଁ। ଏହି ବିକ୍ଷୋଭ ପାଇଁ କେଉଁଠୁ ଫଣ୍ଡ ଆସୁଛି ତାହା ଜାଣିବା ପାଇଁ ତଦନ୍ତର ଆବଶ୍ୟକତା ରହିଛି।” ଏଥିସହିତ ଶହୀନ ବାଗରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପ୍ରତ୍ୟେକ ବିକ୍ଷୋଭକାରୀଙ୍କୁ ପ୍ରତିଦିନ ୫୦୦ ଟଙ୍କା ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ସୋମ୍। ଯାହାକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି ଶହୀନବାଗ ବିକ୍ଷୋଭକାରୀ।

ଶହୀନବାଗର ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନରେ ପଛର ଆୟୋଜକ ହେଉଛି ଶର୍‌ଜିଲ୍‌ ଇମାମ। ଜାନୁଆରୀ ୧୬ ତାରିଖରେ ୟୁପିର ଅଲଗଡ଼ ମୁସ୍ଲିମ ୟୁନିଭର୍ସିଟିରେ ଭାଷଣ ଦେଲା ବେଳେ ଶରଜିଲ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଆସାମ ଓ ଉତ୍ତରପୂର୍ବାଞ୍ଚଳ ଭାରତଠୁ ଅଲଗା ହୋଇଯିବା ଦରକାର ବୋଲି ଶର୍‌ଜିଲ୍‌ ଇମାମ କହିଥିଲେ। ଏହାପରେ ତାଙ୍କ ମନ୍ତବ୍ୟ ରାଜ୍ୟମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରିବ ବୋଲି ଅନେକ ଦାବି କରିଥିଲେ। ଏଥିପାଇଁ ବୁଧବାର ୟୁପି ପୁଲିସ୍ ତାଙ୍କୁ ୫ ଦିନିଆ ବିଚାର ବିଭାଗୟୀ ହାଜତକୁ ନେଇଥିଲା।

 

You might also like