ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ; କେମିତି ଥିଲା ସାମ୍ୱାଦିକତାରୁ ରାଜ୍ୟସଭା ଯାତ୍ରା

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୟ ହୋଇଛି ଏନ୍‌ଡିଏ। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ୟୁପିଏ ପ୍ରାର୍ଥୀ ମନୋଜ ଝାଙ୍କୁ ହରାଇ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ବିଜୟ ହୋଇଥିବା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସୂଚନା ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କ ବିଷୟରେ କିଛି ଅଜଣା କଥା।

– ଉତ୍ତରପ୍ରଦେଶ ବଲିୟାରେ ୧୯୫୬ ଜୁନ୍ ୩୦ରେ ଜନ୍ମଗ୍ରହଣ କରିଥିଲେ ୬୪ ବର୍ଷୀୟ ହରିବଂଶ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ ଶିକ୍ଷା ଗ୍ରହଣ କରିଛନ୍ତି।

– କଲେଜ ସମୟରେ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣଙ୍କ ଠାରୁ ପ୍ରଭାବିତ ହୋଇ ସେ ୧୯୭୪ରେ ଜେପି ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ୧୯୭୭ରେ ସେ ଟାଇମ୍ସ ଅଫ୍ ଇଣ୍ଡିଆର ଜଣେ ଟ୍ରେନି ଜର୍ଣ୍ଣାଲିଷ୍ଟ ରୂପରେ କାର୍ଯ୍ୟ ଆରମ୍ଭ କରିଥିଲେ ।

– ଆଉ ତା’ପରେ ମୁମ୍ବାଇ ଧର୍ମଯୁଗ ପତ୍ରିକା ସହ ଯୋଡ଼ି ହୋଇ ୧୯୮୧ ପର୍ଯ୍ୟନ୍ତ କାମ କରିଥିଲ। ହରିବଂଶ ଏକ ସାକ୍ଷାତକାରରେ କରିଥିଲେ ସେ ମାତ୍ର ୫୦୦ ଟଙ୍କାରେ ନିଜର ପ୍ରଥମ ଚାକିରି ଆରମ୍ଭ କରିଥିଲେ।

– ଆଉ ତାହା ପରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଜଣେ ସରକାରୀ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। କିନ୍ତୁ ପରିବାର ବିରୋଧ ସତ୍ୱେ ସେ ସରକାରୀ ଚାକରି ଛାଡ଼ି ପୁଣି ସାମ୍ବାଦିକତା ଆରମ୍ଭ କରିଥିଲେ। ସେ ଝାଡ଼ଖଣ୍ଡର ରାଞ୍ଚିରୁ ପ୍ରକାଶିତ “ପ୍ରଭାତ ଖବର’ର ସମ୍ପାଦକ ଭାବେ କାର୍ଯ୍ୟ କରିସାରିଛନ୍ତି।

– ୧୯୯୦ରେ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ହେବା ପରେ ସେ ତାଙ୍କ ଆଡ଼ିସନାଲ ମିଡ଼ିଆ ଆଡ଼ଭାଇଜର ଭାବରେ ନିଯୁକ୍ତ ଥିଲେ।

–୨୦୧୪ରେ ଜେଡିୟୁ ଟିକେଟରୁ ସେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

–୨୦୧୮ରେ ପ୍ରଥମ ଥର ପାଇଁ ସେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ହରିବଂଶ ନାରାୟଣ ସିଂହ ପୂର୍ବରୁ ମଧ୍ୟ ରାଜ୍ୟସଭାର ଉପାଧ୍ୟକ୍ଷ ରହିଥିଲେ। ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଜେଡିୟୁ ତାଙ୍କୁ ପୁଣିଥରେ ଉପାଧ୍ୟକ୍ଷ ପାଇଁ ପ୍ରାର୍ଥୀ କରିଥିଲା। ତାଙ୍କୁ ଏନଡିଏର ସମର୍ଥନ ମଧ୍ୟ ମିଳିଥିଲା। ଏବେ ସେ ଦ୍ୱିତୀୟ ଥର ପାଇଁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ସାମ୍ବାଦିକତାରୁ ଆରମ୍ଭ କରି ରାଜ୍ୟସଭା ଉପାଧ୍ୟକ୍ଷ ପର୍ଯ୍ୟନ୍ତ ଲମ୍ବା ଯାତ୍ରା କରିଛନ୍ତି ହରିବଂଶ ନାରାୟଣ ସିଂହ।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like