୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ନୂଆଦିଲ୍ଲୀ: ପୁଣି ଥରେ ବିବାହ କରିଛନ୍ତି ଦେଶର ହାଇପ୍ରୋଫାଇଲ ଓକିଲ ହରିଶ ସାଲ୍‌ଭେ। ୬୫ ବର୍ଷ ବୟସରେ ସେ ପୁଣି ଥରେ ବାହା ହୋଇଛନ୍ତି । ତାଙ୍କର ନୂଆ ଜୀବନସାଥୀ ଭାବେ ଇଂଲଣ୍ଡର ଆଟିଷ୍ଟ ୫୬ ବର୍ଷୀୟ କ୍ୟାରୋଲିନ ବ୍ରୋସାର୍ଡଙ୍କ ହାତ ଧରିଛନ୍ତି ।  ଗତକାଲି ଲଣ୍ଡନର ଏକ ଚର୍ଚ୍ଚରେ ଉଭୟଙ୍କ ବିବାହ ସଂପନ୍ନ ହୋଇଛି ।

ପ୍ରାୟ ବର୍ଷେ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କୁହାଯାଉଛି । ହରିଶଙ୍କ ଦୁଇଟି ଝିଅ ଓ କ୍ୟାରୋଲିନଙ୍କ ଏକ ୧୮ ବର୍ଷୀୟ ଝିଅ ରହିଛନ୍ତି। କରୋନା କଟକଣା ଯୋଗୁଁ ଏହି ବିବାହ ଉତ୍ସବରେ ବହୁ କମ୍ ଲୋକ ଯୋଗ ଦେଇଥିଲେ।  ଗତ ଜୁନରେ ପୂର୍ବତନ ପତ୍ନୀ ମିନାକ୍ଷୀ ସାଲ୍‌ଭେଙ୍କୁ ଛାଡ଼ପତ୍ର ଦେଇଥିଲେ ହରିଶ । ୩୮ ବର୍ଷର ବୈବାହିକ ଜୀବନ ପରେ ଉଭୟେ ପରସ୍ପରଠାରୁ ଅଲଗା ହେବାକୁ ନିିଷ୍ପତ୍ତି ନେଇଥିଲେ। ଏହାର କିଛି ମାସ ପରେ ଦ୍ୱିତୀୟ ବିବାହ କରିଛନ୍ତି ହରିଶ ।

 ୧୯୫୫ରେ ମହରାଷ୍ଟ୍ରରେ ଜନ୍ମିତ ହରିଶ୍‌ ସାଲ୍‌ଭେ ସୁପ୍ରମ୍‌କୋର୍ଟର ଜଣେ ବରିଷ୍ଠ ଓକିଲ।  ସେ ବହୁତ ଗୁରୁତ୍ୱପୂର୍ଣ୍ଣ କେସ୍ ଲଢ଼ିଛନ୍ତି॥ ସେ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ମଧ୍ୟ ଥିଲେ । ଗତ ଜାନୁଆରୀରେ ସେ ଇଂଲଣ୍ଡ ଓ ୱେଲ୍ସର ମହାରାଣୀଙ୍କ ଓକିଲ ଭାବେ ମଧ୍ୟ ନିଯୁକ୍ତି ପାଇଛନ୍ତି।

୨୦୧୭ରେ ଇଣ୍ଟରନାଶନାଲ କୋର୍ଟ ଅଫ ଜଷ୍ଟିସ୍‌ରେ କୁଲଭୁଷଣ ମାମଲାରେ ଭାରତର ପ୍ରତିନିଧିତ୍ୱ କରିଥିଲେ। 

You might also like