ଏଲୋପାଥି ପରେ ଏବେ ବାବା ରାମଦେବଙ୍କ ଟାର୍ଗେଟରେ ଜ୍ୟୋତିଷ ଶାସ୍ତ୍ର

  • ବିିମୁଦ୍ରାକରଣ ସମ୍ପର୍କରେ କିପରି ଜାଣିପାରିଲେନି ଜ୍ୟୋତିଷ ?
  • କରୋନା ଭାଇରସର ଭୟାବହତା ନେଇ ଜ୍ୟୋତିଷ ଶାସ୍ତ୍ରରେ କିଛି ଲେଖା ନାହିଁ ?

ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ୍ ଦେଉଛନ୍ତି ଯୋଗଗୁରୁ ବାବା ରାମଦେବ । ଏଲୋପାଥି ବିବାଦ ଥମି ନଥିବା ବେଳେ ବାବା ରାମଦେବ ଜ୍ୟୋତିଷ ଶାସ୍ତ୍ରକୁ ଟାର୍ଗେଟ କରିଛନ୍ତି । ଜ୍ୟୋତିଷ ଶାସ୍ତ୍ରର ସତ୍ୟତା ଉପରେ ପ୍ରଶ୍ନ  ଉଠାଇଛନ୍ତି ଯୋଗଗୁରୁ । କାଳ, ଘଡ଼ି, ମୁହୂର୍ତ୍ତ ନାମରେ ଜ୍ୟୋତିଷମାନେ ଲୋକଙ୍କୁ ଠକୁଛନ୍ତି । ସବୁ କିଛି ଭଗବାନଙ୍କ ବରଦାନ । କାଳ, ଘଡ଼ି, ମୁହୂତ୍ତ ସବୁ ଭଗବନା ତିଆରି କରିଛନ୍ତି । ଲୋକଙ୍କୁ ଠକିବା ପାଇଁ ଏକ ଲକ୍ଷ କୋଟିର ଏକ ଇଣ୍ଡଷ୍ଟ୍ରି ଗଢ଼ାହୋଇଛି ।

ବସି ବସି ଲୋକଙ୍କ ଭବିଷ୍ୟତ କହିପାରୁଛନ୍ତି ଜ୍ୟୋତିଷ । ହାତର ରେଖା ମଥା ଦେଖି ସବୁ କିଛି ଜାଣି ପାରୁଛନ୍ତି । ମୋଦି ସରକାର ବିମୁଦ୍ରାକରଣ ଘୋଷଣା କରିବା ପରେ ବଡ଼ ନୋଟ୍ ଅଚଳ ହୋଇଯାଇଥିଲା । କୌଣସି ବି ଜ୍ୟୋତିଷ ସେ ସମ୍ପର୍କରେ କିପରି କିଛି ଭବିଷ୍ୟବାଣୀ କରିପାରିଲେ ନାହିଁ ? ଦେଶ ତଥା ସାରା ବିଶ୍ୱ ଏବେ କରୋନାର କହରରେ ଭୀତତ୍ରସ୍ତ । କରୋନା ପରେ ଦେଶରେ ଏବେ ବ୍ଲାକ୍ ଫଙ୍ଗସ୍ ଭୟ ବଢ଼ିଚାଲିଛି । କେହି ଜଣେ ହେଲେ ଜ୍ୟୋତିଷ ଏ ସମ୍ପର୍କରେ କାହିଁକି ଆଗୁଆ ସୂଚନା ଦେଲେ ନାହିଁ ?

ବାବା ରାମଦେବ କହିଛନ୍ତି ମୁଁ ସମ୍ପୂର୍ଣ୍ଣ ହିନ୍ଦୀ ଏବଂ ସଂସ୍କୃତରେ କଥା କହେ । ଲୋକଙ୍କ ଧାରଣା ରହିଛି , ହିନ୍ଦୀ ଏବଂ ସଂସ୍କୃତ କହିବା ଲୋକ ବଡ ମଣିଷ ହୋଇପାରିବ ନାହିଁ , ନା କରିପାରିବ ନାହିଁ । ବର୍ତ୍ତମାନ ହିନ୍ଦୀ ଏବଂ ସଂସ୍କୃତ ବକ୍ତାମାନେ ଏହି ଭ୍ରାନ୍ତ ଧାରଣାରେ ପରିବର୍ତ୍ତ ଆଣିଛନ୍ତି । ଆଉ ସେଥିପାଇଁ ମାବାପା ପିଲାଙ୍କୁ ହିନ୍ଦୀ ଓ ସଂସ୍କୃତ ପଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଆଗାମୀ ସମୟରେ ଗୁରୁକୂଳରେ ପାଠ ପଢ଼ୁଥିବା ଛାତ୍ର ହିଁ ଦେଶ ଚଳାଇବେ । ପାଖାପାଖି ୨୦ରୁ ୨୫ ବର୍ଷ ପରେ ଏହାକୁ ପ୍ରମାଣିତ କରିବି ବୋଲି କହିଛନ୍ତି ବାବା ରାମଦେବ ।

ସୂଚନାଯୋଗ୍ୟ ଯୋଗଗୁରୁ ବାବା ରାମଦେବ ଓ ଏଲୋପାଥି ଡାକ୍ତରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଏହି କ୍ରମରେ ଗତକାଲି ସାରା ଦେଶରେ କଳା ଦିବସ ପାଳନ କରିଛନ୍ତି ଡାକ୍ତର । ବାବା ରାମଦେବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସତ୍ୱେ ରୋଗୀସେବା ପ୍ରଭାବିତ ହୋଇନଥିଲା । ସକାଳୁ ସମସ୍ତ ଡାକ୍ତର ପିପିଇ କିଟ ପିନ୍ଧି କଳା ବ୍ୟାଜ, କଳା ରିବନ ବାନ୍ଧି ନିଜ ନିଜ ଡାକ୍ତରଖାନାରେ କାମ ଆରମ୍ଭ କରିଥିଲେ । ମହାମାରୀର ପରିସ୍ଥିତିରେ କାମ ଛାଡିହେବେ ନାହିଁ। କିନ୍ତୁ କାମ କରିବା ସହିତ ବିରୋଧ ପ୍ରଦର୍ଶନ ଜାରି ରହିବ ବୋଲି ଡାକ୍ତରମାନେ କହିଥିଲେ ।

You might also like