ନିର୍ବାଚନୀ ସଭାରେ ହାର୍ଦ୍ଦିକଙ୍କୁ ଚାପୁଡ଼ା ମାଡ଼

ଗାନ୍ଧିନଗର: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଆକ୍ରମଣ। ଗୁଜରାଟର ସୁରେନ୍ଦ୍ରନଗରରେ ଜନ ଆକ୍ରୋଶ ସଭାରେ ହାର୍ଦ୍ଦିକ ଭାଷଣ ଦେଉଥିବା ବେଳେ ଜଣେ ଅଜଣା ବ୍ୟକ୍ତି ହଠାତ୍‌ ତାଙ୍କ ନିକଟକୁ ଆସି ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ।

ଏହି ଘଟଣା ପରେ କଂଗ୍ରେସ ସମର୍ଥକ ଓ ଆକ୍ରମଣକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଥିବା କଂଗ୍ରେସ କର୍ମୀମାନେ ମାଡ଼ ମାରିଥିବା ଯୁବକଙ୍କୁ କାବୁ କରିଥିଲେ। ତେବେ କେଉଁ କାରଣ ପାଇଁ ହାର୍ଦ୍ଦିକଙ୍କ ଉପରେ ଆକ୍ରମଣ ହୋଇଛି ସେ ସମ୍ପର୍କରେ ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ଗତକାଲି ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ବେଳେ ବିଜେପି ନେତା ଜିଭିଏଲ୍‌ ନରସିମ୍‌ହା ରାଓଙ୍କ ଉପରକୁ ଚପଲ ମାଡ଼ ହୋଇଥିଲା।

You might also like