ନବମ ଦିନରେ ହାର୍ଦ୍ଦିକଙ୍କ ଅାମରଣ ଅନଶନ

ନୂଆଦିଲ୍ଲୀ : ଦାବି ପୂରଣ ପାଇଁ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଅାମରଣ ଅନଶନ ନବମ ଦିନରେ ପହଞ୍ଚିଛି।  ମେଡିକାଲ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବାକୁ ଯାଇଥିଲେ ମଧ୍ୟ ସେଥିପାଇଁ ସେ ଅନୁମତି ଦେଇ ନଥିଲେ।

ଏପରିକି ଅନଶନ ଯୋଗୁଁ ତାଙ୍କର ମୃତ୍ୟୁ ହେବାର ଅାଶଙ୍କା କରି ସେ ଇଚ୍ଛାପତ୍ର ଘୋଷଣା କରିଛନ୍ତି।  ଏଥିରେ ତାଙ୍କର ବାପା, ମାଆ ଓ ୧୪ ଜଣ ପଟିଦାର ଯୁବକଙ୍କୁ ତାଙ୍କର ଉତ୍ତରାଧିକାରୀ ଘୋଷଣା କରିଛନ୍ତି।  ତିନି ବର୍ଷ ତଳେ ହୋଇଥିବା ପଟିଦାର ଅନ୍ଦୋଳନରେ ଏହି ୧୪ଜଣ ଯୁବକଙ୍କ ଅଭିଭାବକମାନେ ପ୍ରାଣ ହରାଇଥିଲେ। ପଟିଦାର ସମ୍ପ୍ରଦାୟକୁ ଓବିସି ମାନ୍ୟତା ଦେବା ସହ କୃଷକମାନଙ୍କୁ ଋଣଛାଡ କରିବା ପାଇଁ ଅଗଷ୍ଟ ୨୫ରୁ ହାର୍ଦ୍ଦିକ ପଟେଲ ଅାମରଣ ଅନଶନ କରୁଛନ୍ତି।

You might also like