ମେଜରଙ୍କ ମରଶରୀର ଦେଖି ବାକ୍‌ଶୂନ୍ୟ ହୋଇଗଲେ ସ୍ତ୍ରୀ, ଲୁହରେ ଭିଜିଲା ମାଟି

ଜୟପୁର: ଶୋକାକୁଳ ପରିବେଶରେ ଫାଟି ପଡ଼ୁଛି ପୁରା ପରିବେଶ। ନିଜ ପ୍ରିୟର ପୁଅକୁ ହରାଇଛି ମାତୃଭୂମି। ଜୟପୁରର ମିଲେଟାରୀ ଷ୍ଟେସନ୍, ଯେଉଁଠି ସହିଦ୍ କର୍ଣ୍ଣଲ ଆଶୁତୋଷ ଶର୍ମାଙ୍କ ହୋଇଛି ଶେଷକୃତ୍ୟ। ରାଷ୍ଟ୍ରୀୟ ସମ୍ମାନ ସହ ଆଜି ସମସ୍ତେ ଆଶୁତୋଷଙ୍କୁ ମନେ ପକାଉଛନ୍ତି। ସେହି ବୀରତ୍ୱ, ଅଦମ୍ୟ ସାହାସକୁ ମନେ ପକାଉଛନ୍ତି ପରିବାରଲୋକେ।

ଗତ ସପ୍ତାହରେ ଜାମ୍ମୁ ଓ କାଶ୍ମୀରର ହନ୍ଦୱାଣ୍ଡାରେ ଆତଙ୍କବାଦୀଙ୍କ ସହ ମୁକାବିଲା କରୁଥିବା ବେଳେ ସହିଦ ହୋଇଥିଲେ କର୍ଣ୍ଣେଲ ଆଶୁତୋଷ ଶର୍ମା। ଲମ୍ବା ସମୟ ଧରି ଆତଙ୍କୀଙ୍କ ଗୁଳିର କଡ଼ା ଜବାବ ଦେଇଥିଲେ। ଆଜି ଜୟପୁର ମିଲେଟାରୀ ଷ୍ଟେସନରେ ସହିଦ୍ କର୍ଣ୍ଣେଲଙ୍କ ମର ଶରୀର ଆସିବା ପରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟଦା ପ୍ରଦାନ କରାଯାଇଥିଲା। ଯେଉଁଠି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପହଞ୍ଚି ତାଙ୍କୁ ଶେଷ ଦର୍ଶନ କରିଛନ୍ତି। ଏହାସହ ବିଜେପିର କିଛି ବରିଷ୍ଠ ନେତା, ସେନାର ଉଚ୍ଚପଦସ୍ତ ଅଧିକାରୀ ବି ଉପସ୍ଥିତ ଥିଲେ।

ସେହିପରି ମେଜର ଅନୁଜ୍ ସୁଦଙ୍କ ମରଶରୀର ହରିୟାଣା ପଞ୍ଚକୁଳା ଘରେ ପହଞ୍ଚିବା ପରେ ପୁରା ଶୋକାକୁଳ ହୋଇପଡ଼ିଥିଲା ପରିବେଶ। ମେଜରଙ୍କ ପାର୍ଥୀବ ଶରୀର ନିକଟରେ ତାଙ୍କ ପତ୍ନୀ କିଛି ସମୟ ପାଇଁ ବାକ୍ ଶୂନ୍ୟ ହୋଇପଡ଼ିଥିଲେ। ବିବାହର କେଉଟା ମାସ ପରେ ତାଙ୍କ ଜୀବନରେ ଆସିଥିବା ଏହି ଝଡ଼ ଏବେ ତାଙ୍କୁ ହତବାକ୍ କରିଦେଇଛି। ସହିଦ ମେଜର ଅନୁଜଙ୍କ ଶେଷ ଦର୍ଶନ ପାଇଁ ଦୂର ଦୂରରୁ ବହୁ ଲୋକ ଆସି ପହଞ୍ଚିଥିଲେ।

ସେହିପରି ହନ୍ଦଓ୍ବାଡ଼ାରେ ଗତକାଲି ସହିଦ୍ ହୋଇଥିବା ୩ ସିଆରପିଏଫ ଯବାନଙ୍କୁ ଦିଆଯାଇଛି ଶେଷ ସମ୍ମାନ। ଶ୍ରୀନଗରରେ ଗାର୍ଡ ଅନର୍ ପ୍ରଦାନ କରାଯାଇଛି। ରାଜ୍ୟ ପୋଲିସ୍ ଡିଜି, ସିଆରପିଏଫ୍ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ତାଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି। ସିଆରପିଏଫ୍ ଯବାନଙ୍କ ବୀରତ୍ୱକୁ ମନେ ପକାଇବା ସହ ତାଙ୍କ ଅବଦାନ ବୃଥା ଯିବନି ବୋଲି କହିଛନ୍ତି। ଗତକାଲି ହନ୍ଦୱାଣ୍ଡାରେ ଆତଙ୍କବାଦୀଙ୍କ ସହ ଯବାନଙ୍କ ଏନକାଉଣ୍ଟର ହୋଇଥିଲା। ଯେଉଁଥିରେ ୩ ସିଆରପିଏଫ ଯବାନ ସହିଦ ହୋଇଥିଲେ।

ଆହୁରି ପଢ଼ନ୍ତୁ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

You might also like