ପୃଥିବୀର ସବୁଠାରୁ ସୁନ୍ଦର ‘ଗଣିତ ସାର୍’ଙ୍କୁ ଜାଣନ୍ତି ? ଫଟୋ ଦେଖି ହୋଇଯିବେ ଦିୱାନା
ଆପଣ ଦୁନିଆର ଅନେକ ମଡେଲ୍ ଦେଖିଥିବେ, ଯେଉଁମାନେ ସେମାନଙ୍କ କାର୍ଯ୍ୟରେ ଉତ୍କୃଷ୍ଟ | ମଡେଲମାନେ ଯେ ଶିକ୍ଷିତ କିମ୍ବା ବୁଦ୍ଧିମାନ ନୁହଁନ୍ତି ଏମିତି ଏକ ଧାରଣା ପ୍ରାୟ ସମସ୍ତଙ୍କର ଥାଏ । କିନ୍ତୁ ଏହି ଧାରାକୁ ଭାଙ୍ଗିଛନ୍ତି ଜଣେ ଗଣିତ ଶିକ୍ଷକ। ସେ ଦୁନିଆର ସବୁଠାରୁ ସୁନ୍ଦର ଗଣିତ ଶିକ୍ଷକ ଭାବରେ ଜଣାଶୁଣା । ଏହି ଗଣିତ ଶିକ୍ଷକ ପିଲାମାନଙ୍କୁ ଶିକ୍ଷା ଦେବା ସହିତ ଜଣେ ପ୍ରଫେସନାଲ ମଡେଲ ମଧ୍ୟ ଅଟନ୍ତି।
ଏହି ସୁନ୍ଦର ଗଣିତ ଶିକ୍ଷକଙ୍କ ନାମ ହେଉଛି ପିଟ୍ରୋ ବୋସେଲି ।ମେକାନିକାଲ୍ ଇଞ୍ଜିନିୟରିଂରେ ଡକ୍ଟରେଟ୍ କରିଥିବା ବୋସେଲି ଇଣ୍ଟରନେଟରେ ‘ଗଣିତ ମଡେଲ୍’ ଭାବରେ ମଧ୍ୟ ଜଣାଶୁଣା। ୩୨ ବର୍ଷ ବୟସ୍କ ପିଟ୍ରୋ ବୋସେଲି ପିଲାମାନଙ୍କୁ ପାଠ ପଢାଇବା ସହ ମଡେଲିଂ କାମ ମଧ୍ୟ କରନ୍ତି।