Apprenticeship ଟ୍ରେନିଂ ପାଇଁ ବିଜ୍ଞପ୍ତି ଜାରି କଲା HAL
ଫୁଲ୍ ଟର୍ମ ଆପ୍ରେଣ୍ଟିଶିପ୍ ଟ୍ରେନିଂ ପାଇଁ ବେଙ୍ଗାଲୁର Hindustan Aeronautics Limited (HAL)ର ଟେକ୍ନିକାଲ୍ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ ବିଜ୍ଞପ୍ତି ଜାରି କରିଛି। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ନଭେମ୍ବର ୧୩ ପୂର୍ବରୁ HALର ଅଫିସିଆଲ୍ ୱେବ୍ସାଇଟ୍-https://hal-india.co.inକୁ ଯାଇ ଆବେଦନ କରିପାରିବେ।
HAL Recruitment 2020 Vacancy Details
ସିଏନ୍ସି ପ୍ରୋଗ୍ରାମର କମ୍ ଅପରେଟର, ଇଲେକ୍ଟ୍ରିସିଆନ୍, ୱେଲ୍ଡର୍ ଓ କମ୍ପ୍ୟୁଟର ଅପରେଟର, ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ୍ ଟ୍ରେଡ୍ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି।
Eligibility Criteria
୧. ଜେନେରାଲ୍/ଓବିସି ପ୍ରାର୍ଥୀ minimum aggregate ଓ ଏସ୍ସି/ଏସ୍ଟି/ପିଡବ୍ଲ୍ୟୁ ପ୍ରାର୍ଥୀ ୫୦% ସହ SSLC(Secondary School Leaving Certificate) ପାସ୍ କରିଥିବା ନିହାତି ଆବଶ୍ୟକ।
୨.୧.୧୧.୨୦୨୦ ସୁଦ୍ଧା ପ୍ରାର୍ଥୀଙ୍କୁ ୧୮ ବର୍ଷ ହେଉଥିବା ନିହାତି ଜରୁରୀ।
୩. ପ୍ରାର୍ଥୀ କର୍ଣ୍ଣାଟକର ହୋଇଥିବେ। ସେମାନଙ୍କର BPL/Anthyodaya ରାସନ୍ କାର୍ଡରେ ଥିବା ନିହାତି ଆବଶ୍ୟକ।
ସୁବିଧା: ଯେଉଁ ପ୍ରାର୍ଥୀମାନେ ଚୟନ ହେବେ ସେମାନଙ୍କୁ ମାଗଣାରେ ଟ୍ରେନିଂ ଦିଆଯିବା ସହ stipend ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ।
ଆବେଦନ ସମୟରେ ଯୋଗ୍ୟ ପ୍ରାର୍ଥୀମାନେ SSLC ମାର୍କ ଶିଟ୍, BPL/Anthyodaya ରାସନ୍ କାର୍ଡ, ଜାତିଗତ/PWD ପ୍ରମାଣପତ୍ର ଓ ଆଧାରକାର୍ଡ ଇତ୍ୟାଦି ଡକ୍ୟୁମେଣ୍ଟସ୍ ନିଶ୍ଚିତ ଭାବରେ ଦେବେ।
ଆପ୍ଲିକେସନ୍ ଫର୍ମାଟ୍ରେ ଉଲ୍ଲେଖ ରହିଥିବା ଠିକଣାରେ ପ୍ରାର୍ଥୀମାନେ ସିଧାସଳଖ ଉଲ୍ଲେଖ କରାଯାଇଥିବା ଡକ୍ୟୁମେଣ୍ଟସ୍ ସହ ଆବେଦନ କରିପାରିବେ।
Direct Link To Application Form
ଗୁରୁତ୍ୱପୂର୍ଣ୍ଣ ସୂଚନା: Apprenticeship Training ପାଇଁ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଭଲ ଭାବରେ OFFICIAL NOTIFICATION ପଢ଼ନ୍ତୁ ଓ ଏହାପରେ ଆବେଦନ କରନ୍ତୁ।