ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ହାଫିଜ୍ ସୟିଦ ଗିରଫ

ଇସଲାମାବାଦ: ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ହାଫିଜ୍ ସୟିଦକୁ ଗିରଫ କରାଯାଇଛି। ଗିରଫ ପରେ ହାଫିଜ୍‌କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ପାକିସ୍ତାନ ପଞ୍ଜାବ ପ୍ରଦେଶର କାଉଣ୍ଟର ଟେରରିଜିମ ଅଧିକାରୀ ତାକୁ ଗିରଫ କରିଛନ୍ତିା ଲାହୋରରୁ ଗୁଜରନୱାଲା ଗଲାବେଳେ ହାଫିଜକୁ ଗିରଫ କରାଯାଇଛି।

ଆତଙ୍କବାଦୀ ସଂଗଠନ ଜାମାତ ଉଦ୍‌-ଦାୱା(ଜେୟୁଡି)ର ମୁଖ୍ୟ ହାଫିଜ୍‌ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ।  ଏଥିସହ ବିଶ୍ୱର ଅନ୍ୟ ଅଞ୍ଚଳରେ ହୋଇଥିବା ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ପଛରେ ମଧ୍ୟ ହାଫିଜ୍‌ର ହାତ ରହିଛି।

ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାକିସ୍ତାନରେ ହାଫିଜ୍‌ ନାଁରେ ୨୩ଟି ମାମଲା ରୁଜୁ ହୋଇଛି।

ଚଳିତ ମାସରେ ହାଫିଜ ଓ ତା’ର ସହଯୋଗୀମାନଙ୍କ ନାଁରେ ଲାହୋର, ଗୁରଞ୍ଜନୱାଲା ଓ ମୁଲତାନରେ ମାମଲା ରୁଜୁ ହୋଇଥିଲା। ଏମାନେ ଟ୍ରଷ୍ଟ ଓ ଏନ୍‌ଜିଓ ନାଁରେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ କରୁଥିବାରୁ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।

ସୂଚନାଯୋଗ୍ୟ ଗତବର୍ଷ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଟିଏଫ) ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନ ସରକାରଙ୍କ ଉପରେ ଚାପ ପକାଇଥିଲା।

You might also like