ବିନା ଓଟିପି ନମ୍ବରରେ ଖାତାରୁ ଚାଲିଗଲା ଏତେ ଟଙ୍କା..

ନୂଆଦିଲ୍ଲୀ: ଡେବିଟ୍‌ କାର୍ଡ ଓ କ୍ରେଡିଟ୍‌ କାର୍ଡକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି ଜାଲିଆତି। ଯେତେ ସତର୍କ ହେଲେ ବି ହ୍ୟାକର୍ସଙ୍କ କୌଶଳ ବିଶେଷଜ୍ଞଙ୍କ ଜ୍ଞାନକୁ ଚ୍ୟାଲେଞ୍ଜ ଦେଉଛି। ନିକଟରେ ନୋଏଡାର ନେହା ଚନ୍ଦା ଏମିତି ଏକ ଠକେଇର ଶିକାର ହୋଇଛନ୍ତି। ହ୍ୟାକର୍ସମାନେ ତାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।

ଏକ  ପିଆର କମ୍ପାନୀରେ କାମ କରୁଥିବା ନେହା ନୂଆବର୍ଷ ଛୁଟି କଟାଇବାକୁ ପ୍ୟାରିସ୍‌ ଯାଇଥିଲେ। ମେଟ୍ରୋରେ ଯାତ୍ରା ସମୟରେ ତାଙ୍କ ୱାଲେଟ୍‌ ଚୋରି ହୋଇଗଲା। ଏହା ପରେ ନେହା କ’ଣ କରିବେ ଚିନ୍ତା କରିବା ପୂର୍ବରୁ ହ୍ୟାକର୍ସ ତାଙ୍କ ଡେବିଟ୍‌ କାର୍ଡ ଓ କ୍ରେଡିଟ୍‌ କାର୍ଡରୁ ୧.୫ ଲକ୍ଷ ଟଙ୍କା ଲୁଟି ନେଇ ସାରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ଟ୍ରାଞ୍ଜାକ୍‌ସନରେ ନା ଓଟିପିର ଆବଶ୍ୟକତା ପଡ଼ିଥିଲା ନା ପିନ୍‌ ନମ୍ବରର।

ନେହାଙ୍କ କହିବା ଅନୁଯାୟୀ, ହ୍ୟାକର୍ସମାନେ ତିନିଥରରେ ଏହି ଟଙ୍କା ଉଠାଇଥିଲେ। ପ୍ରଥମ ଥର ୫୨,୪୯୯.୯୯ ଟଙ୍କା, ୨ୟରେ ୪୪,୫୪୪.୨୪ ଟଙ୍କା ଏବଂ ତୃତୀୟ ଥରରେ52,499.99 ଟଙ୍କା ଉଠାଇ ନେଇଥିଲେ। ଏହା ଜାଣିବା ପରେ ନେହା ତୁରନ୍ତ ଏଚ୍‌ଡିଏଫ୍‌ସି କଷ୍ଟମର କେୟାରକୁ ଫୋନ କରି କାର୍ଡ ବ୍ଲକ କରି ଦେଇଥିଲେ। ବଳକା ଅର୍ଥକୁ ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ଏଥିସହିତ ପ୍ୟାରିସ୍ର ଏକ ପୋଲିସ ଷ୍ଟେଶନରେ ମାମଲା ରୁଜୁ କରାଇଥିଲେ।

 

You might also like