ଭଡ଼ାଘରୁ ମିଳିଲା ଜିମ୍‌ ଟ୍ରେନର୍‌ଙ୍କ ମୃତଦେହ, ମା’ କହିଲେ-ପୁଅ ଭୁଲ୍‌ବଶତଃ…

ମୋହାଲି: ଭଡ଼ାଘରୁ ସନ୍ଦେହଜନକ ଅବସ୍ଥାରେ ଜଣେ ୨୩ ବର୍ଷୀୟ ଜିମ୍‌ ଟ୍ରେନର୍‌ଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସାଙ୍ଗରୁର ଜିଲ୍ଲାର ଧୁରୀ ନିବାସୀ କୁଲ୍‌ଦୀପ ସିଂ। ସେ ପଞ୍ଜାବ ମୋହାଲି ଅଞ୍ଚଳର ସେକ୍ଟର ୬୮ରେ ଭଡ଼ା ଘରେ ରହୁଥିଲେ।

ପୋଲିସ୍‌ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। କେଉଁ ପରିସ୍ଥିତିରେ ଜିମ୍‌ ଟ୍ରେନର୍‌ଙ୍କ ମୃତ୍ୟୁ ଘଟିଲା ସେନେଇ ପୋଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜିମ୍‌ ଟ୍ରେନର୍ କୁଲ୍‌ଦୀପଙ୍କ ମାଆ କହିଛନ୍ତି, ତାଙ୍କ ପୁଅ ଭୁଲ୍‌ବଶତଃ କୌଣସି ବିଷାକ୍ତ ପଦାର୍ଥ ଖାଇ ଦେଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି।

ଗତ ବର୍ଷ ମେ’ରେ ଏମିତି ଏକ ଘଟଣା ଘଟିଥିଲା। ଜଣେ ୨୮ ବର୍ଷୀୟ ଯୁବକ ଜିମ୍‌ ଟ୍ରେନରଙ୍କ ସମେତ ୨ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଉତ୍ତରପୂର୍ବ ଦିଲ୍ଲୀର ଜ୍ୟୋତି ନଗର ଅଞ୍ଚଳରେ ଏହି ଘଟଣା ଘଟିଥିଲା।

You might also like