କଂଗ୍ରେସ ନେତା ଗୁରୁଦାସ କାମାତଙ୍କ ପରଲୋକ

୬୩ବର୍ଷ ବୟସରେ ଦିଲ୍ଲୀରେ ଦେହାନ୍ତ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁରୁଦାସ କାମାତ୍‌ଙ୍କ ପରଲୋକ। ୬୩ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅାଜି ସକାଳୁ ତାଙ୍କ ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରଯାଇଥିଲା।

ତେବେ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଗୁରୁଦାସଙ୍କ ଶେଷ ଦର୍ଶନ ପାଇଁ ହସ୍ପିଟାଲ୍‌ରେ ପହଞ୍ଚିଛନ୍ତି ସୋନିଅା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା। ଗୁରୁଦାସଙ୍କ ବିୟୋଗରେ କେନ୍ଦ୍ରଗୃହମନ୍ତ୍ରୀ ରାଜନାଥ ସିଂହ, ନୀତୀନ ଗଡ଼କରୀ, ପୁନମ ମହାଜନ୍ ପ୍ରମୁଖ ଟ୍ୱିଟ୍ କରି ଶୋକ ପ୍ରକଟ କରିଛନ୍ତି।

ଉତ୍ତର-ପୂର୍ବ ମୁମ୍ବାଇ ଅାସନରୁ ଲୋକସଭା ପାଇଁ ସେ ୧୯୮୪, ୧୯୯୧, ୧୯୯୮ ଏବଂ ୨୦୦୪ରେ ନିର୍ବାଚିତ ହୋଇଥିଲେ। ଏହାସହ ନର୍ଥ ୱେଷ୍ଟ ମୁମ୍ବାଇରୁ ସେ ୨୦୦୯ରେ ନିର୍ବାଚିତ ହୋଇଥିଲେ। ମହାରାଷ୍ଟ୍ର କଂଗ୍ରେସରେ କାମାତ୍‌ଙ୍କ ବେଶ୍‌ ଦବଦବା ଥିଲା। ମୁଖତଃ ମୁମ୍ବାଇରେ କଂଗ୍ରେସକୁ ମଜବୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ କାମାତ୍।

You might also like