ଗୁରମିତ୍ ରାମ ରହିମ ସିଂହଙ୍କୁ ଆଜୀବନ କାରାଦଣ୍ଡାଦେଶ

ହରିୟାଣା : ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚାସୌଦା ମୁଖ୍ୟ ବାବା ଗୁରମିତ୍ ରାମ ରହିମ୍‌ ସିଂହଙ୍କୁ ଆଜୀବନ କାରାଦଣ୍ଡ। ହରିୟାଣା ପଞ୍ଚକୁଲାସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି।

ରାମ ରହିମ୍‌ଙ୍କ ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ବି ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ୨୦୦୨ ମସିହା  ଅକ୍ଟୋବର ୨୪ରେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ହରିୟାଣାର ସିର୍ସା ସ୍ଥିତ ଡେରା ସଚା ସୌଦା ଆଶ୍ରମରେ ଯୌନ ଉତ୍ପୀଡନ ହେଉଥିବା ନେଇ ସେ ତାଙ୍କ ପ୍ରକାଶିତ ଖବରକାଗଜ ‘ପୂରା ସଚ’ରେ ସେ ଖବର ପ୍ରକାଶ କରିଥିଲେ। ରାମରହିମ୍ ଏବେ ରୋହତକର ସୁନାରିଆ ଜେଲ୍‌ରେ ସଜ୍ଜା କାଟୁଛନ୍ତିା

You might also like