ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ ସହର

ଏକ ନମ୍ବର ବି ଭାରତର  

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ କଥା କହୁଥିବା ଭାରତ କେତେ ପ୍ରଦୂଷଣ ମୁକ୍ତ ଓ ପରିଷ୍କାର ତା’ର ଅସଲ ଚିତ୍ର ସାମ୍ନାକୁ ଆସିଛି। ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ଟି ସହର ସ୍ଥାନ ପାଇଛି। ସେହିପରି ବିଶ୍ୱର ୧ ନଂ ପ୍ରଦୂଷିତ ସହର ଭାବେ ଗୁରୁଗ୍ରାମ ରହିଛି। ଆଇକ୍ୟୁ ଏୟାର ଭିଜୁଆଲ ଓ ଗ୍ରୀନ୍‌ ପିସ୍‌ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ସର୍ଭେ ଅନୁଯାୟୀ, ଦିଲ୍ଲୀର ଦକ୍ଷିଣ ପୂର୍ବ ଭାଗରେ ଅବସ୍ଥିତ ଗୁରୁଗ୍ରାମରେ ପ୍ରଦୂଷଣର ମାତ୍ରା ୨୦୧୭ ତୁଳନାରେ ୨୦୧୮ରେ କମ ରହିଥିଲା। ତଥାପି ଉକ୍ତ ସହର ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର।

ସର୍ବାଧିକ ପ୍ରଦୂଷିତ ସହର ପ୍ରଥମ ୫ଟି ସ୍ଥାନରେ ପାକିସ୍ତାନର ଫୈସଲାବାଦ ସହ ୪ଟି ଭାରତୀୟ ସହର ରହିଛନ୍ତି। ଗୁରୁଗ୍ରାମ ୧ ନଂରେ ଥିବା ବେଳେ ୨ରେ ଗାଜିଆବାଦ, ୩ରେ ଫୈସଲାବାଦ(ପାକ୍‌), ୪ରେ ଫରିଦାବାଦ, ୫ରେ ଭିୱାଡି, ୬ରେ ନୋଏଡା, ୭ରେ ପାଟନା, ୮ରେ ହୋଟାନ(ଚୀନ୍‌), ୯ରେ ଲକ୍ଷ୍ନୌ ଓ ୧୦ରେ ପାକିସ୍ତାନର ଲାହୋର ରହିଛି। ଏହି ସବୁ ସହରରେ ଥିବା ପ୍ରଦୂଷଣ ମାତ୍ରା ଜଣେ ବ୍ୟକ୍ତିଙ୍କ ଫୁସଫୁସ ଓ ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପକାଇଥାଏ ବୋଲି ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like