ଦଳିତ ଚାଷୀ ପରିବାରକୁ ନିର୍ଦ୍ଦୟ ଭାବେ ପିଟିଲା ପୋଲିସ, ସହି ନ ପାରି ବିଷ ପିଇଦେଲେ ଦମ୍ପତି

ଭୋପାଳ: ମଧ୍ୟ ପ୍ରଦେଶର ଗୁନା ଅଞ୍ଚଳରେ ପୋଲିସର ଏକ ବର୍ବର କାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା। ପୋଲିସର ଏଇ ବର୍ବରତାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଏହାକୁ ନେଇ ମଧ୍ୟପ୍ରଦେଶରେ ରାଜନୀତି ଆରମ୍ଭ ହୋଇଗଲାଣି। ଏହି ମାମଲାକୁ ନେଇ ବିରୋଧୀ ସରକାରକୁ ଘେରିବାକୁ ଆରମ୍ଭ କଲେଣି। ଅନ୍ୟପକ୍ଷରେ ଗୁନା ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ବଦଳି ଦାବି ମଧ୍ୟ ଜୋର ଧରିଛି। ଏଥିସହିତ ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

ଭାଇରାଲ ହୋଇଥିବା ଭିଡିଓଟି ମଧ୍ୟପ୍ରଦେଶର ଗୁନା ଅଞ୍ଚଳର।  ମଙ୍ଗଳବାର ଏଠାରେ ଘଟିଥିବା ପୋଲିସର ବର୍ବରତା ଏକ ଦୃଶ୍ୟ ଏଡି ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓ କ୍ଲିପ୍‌ରୁ ଜଣାଯାଇଛି, ଗୁନା ଜିଲ୍ଲାରେ ଏକ ବିଜ୍ଞାନ କଲେଜ ନାମରେ ଥିବା ଏହି ଜମିକୁ ଖାଲି କରିବା ପାଇଁ ପହଞ୍ଚିଥିଲା ପୋଲିସ ଟିମ୍‌। ଏହି ଜମିରେ ଘର କରି ରହିଥିବା ଚାଷୀ ପରିବାର ଅନୁନୟ ହୋଇ ପୋଲିସକୁ କହୁଛି, ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏଥର ଚାଷ କରିଛି। ଏଇ ଫସଲ କାଟିବାକୁ ଦିଅ, ତା’ ପରେ ଜମି ଖାଲି କରିଦେବି।

 

ହେଲେ ଗରିବ ଚାଷୀର ଏଇ ବିକଳ ଅନୁନୟ ପାଲିସ ଅଧିକାରୀଙ୍କ କାନରେ ବାଜି ନ ଥିଲା। କେବଳ ଜମିକୁ ଖାଲି କରି ନ ଥିଲେ, ପୋଲିସ କର୍ମଚାରୀ ଅତି ନିର୍ଦ୍ଦୟ ଭାବେ ଏହି ଚାଷୀ ପରିବାରକୁ ଲାଠିରେ ପିଟି ଚାଲିଥିଲେ । ଆଖି ଆଗରେ ଫସଲ ନଷ୍ଟ ଏବଂ ତା’ ଉପରେ ପୋଲିସର ବର୍ବର ମାଡ଼କୁ ସହି ନ ପାରି ନ ଥିଲେ।

କୃଷକ ଦମ୍ପତି କହୁଥିଲେ, ଆମ ଉପରେ କରଜ ରହିଛି । ଏହି କରଜ ସୁଝିବାକୁ ପଡ଼ିବ। ହେଲେ ପୋଲିସ ଅଫିସରଙ୍କୁ ଏହା କୌଣସି ପ୍ରକାର ପ୍ରଭାବିତ କରି ନ ଥିଲା। ପୋଲିସ ତା ଜିଦ୍‌ରେ ଅଟଳ ରହିଥିଲା । ଶେଷରେ କୃଷକ ଦମ୍ପତି କୀଟନାଶକ ପିଇ ଦେଇଥିଲେ। କୀଟନାଶକ ପିଇବା ପରେ ଦମ୍ପତି ବେହୋଶ ହୋଇ ଯାଇଥିଲେ। ତଥାପି ପୋଲିସ ହୃଦୟ ଟିକିଏ ବ ତରଳି ନ ଥିଲା। ଅଚେତ ଅବସ୍ଥାରେ ପୋଲିସ ଏହି ଦମ୍ପତିକୁ ଘୋଷାଡି ଘୋଷାଡି ଯେପରି ଡାକ୍ତରଖାନା ନେଉଥିଲା ସେ ଦୃଶ୍ୟ ଆହୁରି ହୃଦୟସ୍ପର୍ଶୀ।

କିଛି ଲୋକ ଏହି ଘଟଣାର ଭିଡିଓ କରିଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳା ପୋଲିସ କୃଷକ ପରିବାରକୁ ଗୋଇଠା ମାରୁଛି। ଜଣେ ପୋଲିସ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ଧରିଛନ୍ତି। ଅନ୍ୟଜଣେ ମହିଳା ପୋଲିସ ଏମାନଙ୍କୁ ଗୋଇଠା ମାରୁଛନ୍ତି। କୃଷକ ଦମ୍ପତି ନିଜର ୭ ସନ୍ତାନ ସହ ପୋଲିସକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି । ଖାଲି କୃଷକ ଦମ୍ପତି ନୁହେଁ, ପିଲାମାନେ ମଧ୍ୟ ପୋଲିସ ମାଡରୁ ବର୍ତ୍ତି ନାହାନ୍ତି। ଏପରକି ମହିଳାଙ୍କ ପୋଷାକକୁ ମଧ୍ୟ ମହିଳା ପୋଲିସ ଫାଡ଼ି ଦେଇଥିଲେ।

ମହିଳା ଜଣକ ବିକଳ ହୋଇ କାନ୍ଦୁଛନ୍ତି। ତାଙ୍କ ପାଖରେ ବସିଥିବା କୁନି କୁନି ପିଲାମାନେ ମଧ୍ୟ କାନ୍ଦୁଛନ୍ତି। ଏହି ଦୃଶ୍ୟ ଦେଖିଲେ ଆଖିରେ ଲୁହ ରହିବନି। ଏହି ଘଟଣାକୁ ନେଇ କଂଗ୍ରେସ ଶିବରାଜ ସରକାରକୁ ଟାର୍ଗେଟ କରିଛି। ଏହା ପରେ ସରକାର ଆକ୍ସନ ମୁଡ୍‌କୁ ଆସିଛନ୍ତି।

ପ୍ରକୃତ କଥା ହେଲା, ଗୁନା ଜିଲ୍ଲା କେଣ୍ଟ  ଥାନା ଅଧୀନ ଜଗନପୁର ଅଞ୍ଚଳରେ ଏକ ବିଜ୍ଞାନ କଲେଜ ପାଇଁ ଏହି ଜମି ପ୍ରଦାନ କରାଯାଇଥିଲା । ଏହି ଜମିକୁ ଜବରଦଖଲି କରିଥିବା ଅ଼ଭିଯୋଗ କରି ପୋଲିସ ଓ ପ୍ରଶାସନ ଏହି ଚାଷୀ ପରିବାରକୁ ଏଠାରୁ ହଟାଇବା ଆସିଥିଲେ। ପୂର୍ବରୁ ମଧ୍ୟ ଏହି ଜମିକୁ ଜବରଦଖଲର କରାଯାଇଥିଲା ଏବଂ ପୋଲିସ ଏହାକୁ ଖାଲି କରାଇଥିଲା।

ତେବେ ଏଥର ଏହି କୃଷକ ଦମ୍ପତି ଟଙ୍କା ଋଣ କରି ଚାଷ କରିଥିଲେ ଏବଂ ଫସଲ କାଟିବା ପର୍ଯ୍ୟନ୍ତ ପୋଲିସ ପ୍ରଶାସନକୁ ଅପେକ୍ଷା କରିବା ପାଇଁ କହିଥିଲେ। ହେଲେ ପୋଲିସ, ପ୍ରଶାସନ ନ  ଶୁଣି ଜମିରେ ଜେସିବି ଚଲାଇ ଦେଇଥିଲେ।

ପୋଲିସର ଏପରି ବର୍ବର କାମର ଭିଡିଓ ଭାଇରାଲ ହେବା ପରେ ସରକାରକୁ ଘେରିଛି ବିରୋଧୀ। ଶିବରାଜ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଲାଗି ପଡ଼ିଛି।

 

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ୨ ମାସ ତଳେ ହୋଇଥିଲା ଲଭ୍‌ ମ୍ୟାରେଜ୍

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ବଢ଼ିଲା

ନିକିତା ତୋମାର ମର୍ଡର କେଶ୍‌କୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ

ଭୁଲ୍‌ ପାଇଁ ଟ୍ୱିଟରକୁ ଲିଖିତ ଉତ୍ତର ମାଗିଲା ସଂଯୁକ୍ତ ସଂସଦୀୟ କମିଟି

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

ନଭେମ୍ବର ୫ରେ ବାୟୁସେନାରେ ସାମିଲ ହେବ ଆଉ ୩ ରାଫେଲ

You might also like