ଅକ୍ଟୋବର ୩୧ରେ ଗୁଜରାଟରେ ଆରମ୍ଭ ହେବ Seaplane‌ ସେବା

ଅହମଦାବାଦ: ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଗୁଜରାଟରେ ସିପ୍ଲେନ୍‌ ସେବା। ଅହମଦାବାଦ ସାବରମତୀ ରିଭର୍‌ଫ୍ରଣ୍ଟ୍‌ରୁ କେଭାଡ଼ିଆର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଯାଏ ଏହି ସିପ୍ଲେନ୍‌‌ ଚଳାଚଳ କରିବ।

ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ଅକ୍ଟୋବର ୩୧ରେ ଏହି ସେବା ଆରମ୍ଭ ହେବ ବୋଲି ଗୁଜରାଟ ସରକାର ଘୋଷଣା କରିଛନ୍ତି। ଏ ନେଇ ଶନିବାର ଗାନ୍ଧିନଗରରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୁଜରାଟରେ ୱାଟର୍‌ ଏରୋଡ୍ରୋମ୍ ଅପରେସନ୍‌‌ର ସମୀକ୍ଷା କରାଯାଇଥିଲା।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେବାର ଉଦ୍‌ଘାଟନ କରିପାରନ୍ତି।

ଗୁଜରାଟରେ ପ୍ରଥମଥର ପାଇଁ ସିପ୍ଲେନ୍‌ ସେବା ଆରମ୍ଭ କରିବା ପାଇଁ ଜୁଲାଇ ୨୨ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଏୟାରପୋର୍ଟସ୍‌ ଅଥରିଟି ଅଫ୍‌ ଇଣ୍ଡିଆ ସହ ଗୁଜରାଟ ସରକାରଙ୍କ MoU ସ୍ୱାକ୍ଷରିତ ହୋଇଥିଲା।

Spicejet ଏୟାରଲାଇନ୍ ଦ୍ୱାରା ଏହି ସେବା‌ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ପ୍ରତ୍ୟେକ ଦିନ ୪ଟି ବିମାନ ଚଳାଚଳ କରିବ ଓ ପ୍ରତି ଲୋକଙ୍କ ପିଛା ଟିକେଟ ମୂଲ୍ୟ ପାଖାପାଖି ୪,୮୦୦ଟଙ୍କା ରହିବ ବୋଲି ଜଣାପଡ଼ିଛି।

୨୦୧୭ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି ଏକ ସିପ୍ଲେନ୍‌ ଫ୍ଲାଇଟ୍‌ରେ ଅହମଦାବାଦ ସାବରମତୀ ରିଭର୍‌ଫ୍ରଣ୍ଟ୍‌ରୁ ଧାରୋଇ ଡ୍ୟାମ୍‌କୁ ଯାତ୍ରା କରିଥିଲେ।

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like