ଉପସ୍ଥାନ ବେଳେ ‘ଜୟ ଭାରତ’ କହିବେ ଛାତ୍ର

ଗୁଜରାଟର ଛାତ୍ରଛାତ୍ରୀମାନଙ୍କ ପାଇଁ ନିୟମ

ଅହମ୍ମଦାବାଦ : ଗୁଜରାଟର ଛାତ୍ରଛାତ୍ରୀମାନେ ଏଣିକି ଉପସ୍ଥାନ ବେଳେ ‘ଜୟ ହିନ୍ଦ୍‌’ କିମ୍ବା ‘ଜୟ ଭାରତ’ କହିବାକୁ ପଡିବ। ଏନେଇ ଗୁଜରାଟ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥାନ ବେଳେ ଜୟ ହିନ୍ଦ୍‌ କିମ୍ବା ଜୟ ଭାରତ କହିବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ଗତକାଲି ଗୁଜରାଟ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ସିଂ ଚୂଡାସାମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

You might also like