ପୁଣି ଜଣେ ବିଧାୟକଙ୍କୁ କରୋନା; ଏଥର ଏହି ଦଳରୁ ଚିହ୍ନଟ

ଗାନ୍ଧିନଗର: ଗୁଜରାଟର ଜଣେ କଂଗ୍ରେସ ବିଧାୟକ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଭୂତାଣୁ ଚିହ୍ନଟ ପରେ ତାଙ୍କୁ ରାଜକୋଟର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଜାମଯୋଧପୁର ବିଧାୟକ ଚିରାଗ କଲାରିୟା ଗାନ୍ଧିନଗରରୁ ଫେରିବା ପରେ ତାଙ୍କୁ ଜ୍ୱର ହୋଇଥିଲା। ଏହାପରେ ସନ୍ଦେହରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଗୁରବାର ତାଙ୍କ ରିପୋର୍ଟ ପଜିଟିଭ ବାହାରିଛି।

ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍‌ ଦେବାକୁ ସେ ଗାନ୍ଧିନଗର ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ଏବେ ତାଙ୍କୁ ରାଜ୍‌କୋଟର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି ଚିକିତ୍ସା କରାଯାଉଛି।

ତେବେ ଚିରାଗ କଲାରିୟା ପ୍ରଥମ ନେତା ନୁହନ୍ତି, ଯିଏ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସର ବିଧାୟକ ତମୋନାଶ ଘୋଷ ଓ ଡିଏମ୍‌କେ ବିଧାୟକ ଜେ ଅନ୍‌ବଝଗନ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ଦୁର୍ଭାଗ୍ୟ ବସତଃ ଦୁଇଜଣ କରୋନାରେ ପ୍ରାଣ ହରାଇଛନ୍ତି।

ଅନ୍ୟପଟେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ

କଟକରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ; ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ୍

ବିଏମ୍‌ସି ଅଞ୍ଚଳରେ ସମାବେଶ ଉପରେ କଟକଣା

ବାହାଘରରେ କରୋନା କଟକଣା ଉଲ୍ଲଙ୍ଘନ: ହୋଟେଲ୍ ସିଲ୍‌, ୫ ଗିରଫ

ପଜିଟିଭ୍‌ରେ ରେକର୍ଡ ଭାଙ୍ଗୁଛି ଗଞ୍ଜାମ, ମୃତ୍ୟୁରେ ବି ନମ୍ବର ଓ୍ୱାନ୍

ଖଣ୍ଡଗିରି, ଉଦୟଗିରି ଓ ଧଉଳି ସହିତ ୬ରେ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ

ଆଜି ୨୨୯ କରୋନା ଆକ୍ରାନ୍ତ ସୁସ୍ଥ; ଗଂଜାମରୁ ସର୍ବାଧିକ

ବାହାଘର ଖୁସିରେ ଭୁଲିଗଲେ ନିୟମ; ଫାଇନ୍‌ ସହ ଥାନାରେ ମାମଲା

୧୪ ଜିଲ୍ଲାବାସୀଙ୍କ ପାଇଁ କଟକଣା, ରାଉରକେଲା ଆସିଲେ ଆଗେ କ୍ୱାରେଣ୍ଟିନ ଯିବ

କରୋନାର କରାଳ ରୂପ: ୪ ଦିନରେ ୯ ମୃତ, ୧୫୩୬ ଆକ୍ରାନ୍ତ

ଭୁବନେଶ୍ୱରରୁ ୪୫ କରୋନା ଆକ୍ରାନ୍ତ ଚିହ୍ନଟ; ୩୧ ସୁସ୍ଥ

‘ହୀରାକୁଦ୍ ଡ୍ୟାମ୍ ପାଣି ପରିଚାଳନା ଭଳି ହେଉଛି କରୋନା ମ୍ୟାନେଜ୍‌ମେଣ୍ଟ’

ଏ ବର୍ଷ ବୋଲବମ୍‌ ଯାତ୍ରା ବନ୍ଦ

You might also like