ମୃତ୍ୟମୁଖରୁ ଅଳ୍ପକେ ବର୍ତ୍ତିଗଲେ ଏହି ଶ୍ରମିକ
ସୁରତ: କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ସୁରତରେ। ଜଣେ ଶ୍ରମିକ କାମ କରୁଥିବାବେଳେ ହଠାତ୍ ଏକ ସୂତା ଗୁଡ଼ା ମେସିନ୍ରେ ଟାଣି ହୋଇ ଯାଇଥିଲେ। ଏହାପରେ ତାଙ୍କର ଚିତ୍କାର ଶୁଣି ଅନ୍ୟ ଶ୍ରମିକମାନେ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ। ସିସିଟିଭିରେ କଏଦ ହୋଇଥିବା ଏହି ଘଟଣା ଏବେ ଭାଇରାଲ ହେବାରେ ଲାଗିଛି। ସୁରତ ଆଞ୍ଜଣା ଅଞ୍ଚଳରେ ଏକ କାରଖାନାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଏହି ଶ୍ରମିକ ଜଣକ ଏକ ସୂତା କାରଖାନାରେ କାମ କରୁଥିଲେ। ଏହି ସମୟରେ ହଠାତ୍ ତାଙ୍କ ହାତ ଲୁମ୍ସ ମେସିନ୍ ଅର୍ଥାତ୍ ସୂତା ଗୁଡାଇ ହେଉଥିବା ମେସିନରେ ପଶି ଯାଇଥିଲା। ଫଳରେ ମେସିନଟି ଶ୍ରମିକଙ୍କୁ ଟାଣି ନେଇଥିଲା। ଏଥିସହ ସେ ମେସିନର ସୂତା ଭିତରେ ଫଶି ଯାଇଥିଲେ। ତାଙ୍କ ଚିତ୍କାର ଶୁଣିବା ପରେ ନିକଟରେ ଥିବା ଅନ୍ୟ ଶ୍ରମିକମାନେ ଦୌଡ଼ି ଆସି ମେସିନକୁ ବନ୍ଦ କରିବା ସହ ତାଙ୍କୁ ଉଦ୍ଧାର କରିଥିଲେ।
ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି। ହେଲେ ବର୍ତ୍ତମାନ ସୁଦ୍ଧା ଶ୍ରମିକଙ୍କ ପରିଚୟ ମିଳିପାରିନାହିଁ।