ବର-କନ୍ୟାଙ୍କ ପାଇଁ ହୀରାରେ ପ୍ରସ୍ତୁତ ହେଲା ମାସ୍କ, ଦାମ କେତେ ଜାଣନ୍ତି ?

ସୁରଟ: କରୋନାର ଭୟବହତା ମଧ୍ୟରେ ବି ଅନେକ ଲୋକ ବିବାହ କରୁଛନ୍ତି। ଗୁଜୁରାଟ ସୁରଟର ଏକ ଅଳଙ୍କାର ଦୋକାନ  କରୋନା ସମୟରେ ବିବାହ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବିଶେଷ ବ୍ୟବସ୍ଥା କରିଛି। ଏହି ଅଳଙ୍କାର ଦୋକାନରେ ଏକ ବିଶେଷ ପ୍ରକାରର ମାସ୍କ ପ୍ରସ୍ତୁତ କରାଯାଇଛି ଯାହାର ମୂଲ୍ୟ ୧.୫ ଲକ୍ଷରୁ ୪  ଲକ୍ଷ ପର୍ଯ୍ୟନ୍ତ ହେବ । ଏହି ମାସ୍କ ହୀରା ଖଚିତ। ବିଶେଷ କରି ବର କନ୍ୟାଙ୍କ ପାଇଁ ଏପରି ମାସ୍କ ପ୍ରସ୍ତୁତ ହୋଇଛି।

ଏହା ପୂର୍ବରୁ ପୁନେର ଜଣେ ବ୍ୟକ୍ତି କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସୁନାର ଏକ ମାସ୍କ ପ୍ରସ୍ତୁତ କରିଥିଲେ । ଏହାର ମୂଲ୍ୟ ପାଖାପାଖି 2.89 ଲକ୍ଷ୍ୟ ଥିଲା । ଏହି ମାସ୍କ କିଣିଥିବା ବ୍ୟକ୍ତି ଜଣକ  ଗୋଲ୍ଡେନ ମ୍ୟାନ ଭାବେ ପରିଚିତ ।

ସୁରଟର ଏହି ଦୋକାନ କିଛି ଦିନ ହେବ ସୁନା, ରୂପା, ହୀରା ଏବଂ ଆମେରିକାନ ହୀରାରେ ମାସ୍କ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଏହାର ମାଲିକ ଦୀପକ ଚୋକସି କହିଛନ୍ତି,  ପ୍ରଥମେ ଜଣେ ଗ୍ରାହାକଙ୍କ ଅର୍ଡର ମୁତାବକ ସେ ଏହି ମାସ୍କ ପ୍ରସ୍ତୁତ କରିଥିଲେ । ସାଧାରଣତଃ ଏହି ମାସ୍କ ବିବାହ କାର୍ଯ୍ୟପାଇଁ ବର କନ୍ୟା ଅର୍ଡର କରୁଥିବାର ସେ କହିଛନ୍ତି ।

ମାଲିକ ଦୀପକ ଚୋକସି କହିଛନ୍ତି , ତାଙ୍କ ମୁଣ୍ଡକୁ ହୀରା ମାସ୍କ ତିଆରି କରିବାର ଆଉଡିଆ ଆସିଲା ଯେତେବେଳେ ଜଣେ ଗ୍ରାହକ   ଦୋକାନକୁ ଆସିଥିଲେ ଓ ସେ କହିଲେ ଯେ ତାଙ୍କ ଘରେ ବାହାଘର ଅଛି। ସେ ବରକନ୍ୟାଙ୍କ ପାଇଁ କିଛି special ମାସ୍କ ମାଗିଥିଲେ।   ତା’ପରେ ସେ ଭାବିଲେ କରୋନା ଭାଇରସ୍ ଲକଡାଉନ୍ ସମୟରେ ହେଉଥିବା ବିବାହକୁ ସ୍ମରଣୀୟ କରିବା ପାଇଁ ଏପରି ମାସ୍କ ତିଆରି କରିବା ନିଶ୍ଚୟ ଦରକାର। ତା’ପରେ ଡିଜାଇନରମାନଙ୍କୁ ସ୍ୱତନ୍ତ୍ର ପ୍ରକାରର ମାସ୍କ ତିଆରି କରିବାକୁ କହିଥିଲେ।

 

ଆହୁରି ପଢ଼ନ୍ତୁ

କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଗୋଲ୍ଡ ମେଡାଲିଷ୍ଟ ପାଇଲଟ

ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରାସ ଲ୍ୟାଣ୍ଡିଂ; ଦୁଇ ପାଇଲଟଙ୍କ ସମେତ ୧୫ ମୃତ

ବିଶ୍ୱ ପାଇଁ ସତର୍କ ଘଣ୍ଟି; ଚୀନ୍‌ରେ ମାତୁଛି ଆଉ ଏକ ଭୟଙ୍କର ଭୂତାଣୁ, ଗଲାଣି ୭ ଜୀବନ ୬୦ ଆକ୍ରାନ୍ତ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

ଇଡିରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ଭୂସ୍ଖଳନରେ ଚାଲିଗଲା ୫ ଜୀବନ

ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ଏବେ ‘ହ୍ୱାଟ୍ ଟୁ ଥିଙ୍କ୍’ ନୁହେଁ, ‘ହାଓ ଟୁ ଥିଙ୍କ୍’ ଉପରେ ଫୋକସ୍

You might also like