ଚାଷୀଙ୍କ ଆନ୍ଦେ।ଳନକୁ ସମର୍ଥନ ଦେବ ନାହିଁ ଗୁଜୁରାଟ

ଗୁଜୁରାଟ :କୃଷକମାନଙ୍କ ଆନ୍ଦେ।ଳନକୁ ସମର୍ଥନ ଦେଉନାହିଁ ଗୁଜୁରାଟ । ତେବେ ଏନେଇ ସ୍ପଷ୍ଟ କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି । ସେ କହିଛନ୍ତି ଯେ, ଆସନ୍ତାକାଲି ଦେଶରେ କୃଷକମାନେ ଯେଉଁ ଆନ୍ଦେ।ଳନର ଡାକରା ଦେଇଛନ୍ତି ତାହାକୁ ଗୁଜୁରାଟ ସମର୍ଥନ ଦେଉନାହିଁ ।

ଯଦି କୌଣସି ବ୍ୟକ୍ତି ଓ ସଂଗଠନ ଜେ।ର ଜବରଦସ୍ତି ଦୋକାନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ବନ୍ଦ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ।

ଆସନ୍ତାକାଲି କୃଷକଙ୍କ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଦେଉଛି । ତେବେ ଓଡିଶାରେ ମଧ୍ୟ ଆସନ୍ତାକାଲି ଚାଷୀଙ୍କ ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବ ବୋଲି ସୂଚନା ଦେଇଛି ।

 

You might also like