ଗୁଜରାଟ କଂଗ୍ରେସକୁ ପୁଣି ଝଟ୍‌କା: ଇସ୍ତଫା ଦେଲେ ଦୁଇ ବିଧାୟକ

ଗାନ୍ଧିନଗର: ଗୁଜରାଟ କଂଗ୍ରେସକୁ ପୁଣି ଝଟ୍‌କା। କଂଗ୍ରେସର ଦୁଇ ଜଣ ବିଧାୟକ ଜିତୁ ଚୌଧୁରୀ ଓ ଅକ୍ଷୟ ପଟେଲ ଦଳରୁ ଇସ୍ତଫା ଦେଇଛନ୍ତି। ଆଉ ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି। ଅକ୍ଷୟ କର୍ଜନ ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ପକ୍ଷରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କପ୍ରଦା ଶିଟ୍‌ରୁ ଜିତୁ ଚୌଧୁରୀ ପ୍ରତିନିଧିତ୍ୱ କରୁଥିଲେ।

ଜୁନ ୧୯ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଯୋଗୁଁ ଦଳକୁ ଶକ୍ତ ଝଟ୍‌କା ଲାଗିଛି। ଏଥିସହ ନିର୍ବାଚନରେ ଦୁଇଟି ରାଜ୍ୟସଭା ସିଟ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା କଂଗ୍ରେସର ଅନିଶ୍ଚିତତା ଆହୁରି ବଢ଼ିଯାଇଛି।

ଆସନ୍ତା ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ ମୁକାବିଲା ଆହୁରି କଡ଼ାକଡ଼ି ହେବ। ପୂର୍ବରୁ ମାର୍ଚ୍ଚ ମାସରେ ଗୁଜରାଟର କଂଗ୍ରେସରେ ୫ ବିଧାୟକ ଇସ୍ତଫା ଦେବା ପରେ ସଦସ୍ୟ ସଂଖ୍ୟା ୬୮କୁ ଖସି ଆସିଥିଲା। ବର୍ତ୍ତମାନ ଗୁଜରାଟରେ ୧୦୩ ଜଣ ବିଜେପି ବିଧାୟକ ଅଛନ୍ତି।

You might also like