ନିଜ ଓଜନଠୁ ଅଧିକ କିଲୋର ରୂପା ଦାନ କରି ଚର୍ଚ୍ଚାରେ ଏହି ବିଜେପି ନେତା

ସୁରତ: ଗୁଜରାଟ ବିଜେପି ସଭାପତି ସି ଆର୍‌ ପାଟିଲ ନିଜ ଓଜନଠୁ ଅଧିକ କିଲୋର ରୂପା ଦାନ କରି ଏବେ ଚର୍ଚ୍ଚାରେ।

ସୁରତରେ ଜୈନ ସମାଜ ପକ୍ଷରୁ ଆୟୋଜିତ “Rajat Tula” କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ ଏହି ରୂପା ଦାନ କରିଥିଲେ ସି ଆର୍‌ ପାଟିଲ। ଏଥିପାଇଁ ତାଙ୍କୁ ନିକିତିର ଗୋଟିଏ ପାର୍ଶ୍ୱରେ ବସାଯାଇଥିବା ବେଳେ ଅପରପାର୍ଶ୍ୱରେ ସେତିକି ଓଜନର ରୂପା ରଖାଯାଇଥିଲା।

ପାଟିଲଙ୍କ ନିଜ ଓଜନ ୯୬ କିଲୋ ହୋଇ ଥିବାବେଳେ ସେ ୧୦୧ କିଲୋ ରୂପା ଦେଇଥିଲେ। ଏହି ରୂପାକୁ ସେବା କାର୍ଯ୍ୟରେ ନିୟୋଜିତ ୧୫ରୁ ଅଧିକ ଅନୁଷ୍ଠାନ ମଧ୍ୟରେ ବଣ୍ଟନ କରାଯିବ। 

You might also like