ସାନିଟାରି ନ୍ୟାପ୍କିନ୍ ଉପରୁ ଜିଏସ୍ଟି ଛାଡ଼
GST କାଉନସିଲ୍ ବୈଠକରେ ନିଷ୍ପତ୍ତି
ନୂଆଦିଲ୍ଲୀ : ଜିଏସ୍ଟି କାଉନ୍ସିଲ ବୈଠକରେ ବଡ଼ ନିଷ୍ପତ୍ତି। ସାନିଟାରି ନ୍ୟାପ୍କିନ୍ରୁ ଜିଏସ୍ଟି ଛାଡ଼ କରାଯାଇଛି। ଏଥିପାଇଁ ଅାଗରୁ ଅନେକ ଦାବି ହେଉଥିଲା। କିଶୋରୀ ଓ ଯୁବତୀଙ୍କ ମଧ୍ୟରେ ସାନିଟାରି ନ୍ୟାପ୍କିନ୍ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ଓ ଏ ସଂପର୍କରେ ସଚେତନତା ସୃଷ୍ଟି ଲାଗି ଏହି ପଦକ୍ଷେପ ନିଅାଯାଇଛି।
ଏହା ସହିତ ଅନ୍ୟ ୩୫ଟି ସାମଗ୍ରୀ ଉପରୁ ମଧ୍ୟ ଜିଏସ୍ଟି କମ୍ କରାଯାଇଛି। ସେହିପରି ରିଟର୍ଣ୍ଣ ଫାଇଲକୁ ମଧ୍ୟ ଅନେକ ମାତ୍ରାରେ ସରଳ କରାଯାଇଥିବା ଜଣାପଡ଼ିଛି। ଅାଜି ଦିଲ୍ଲୀରେ ୨୮ ତମ ଜିଏସ୍ଟି ବୈଠକ ହୋଇଥିଲା।