ଦେଶର ଅର୍ଥନୀତି ପାଇଁ ଭଲ ଖବର; ପ୍ରଥମଥର ପାଇଁ ସର୍ବାଧିକ ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ଦେଶର ଅର୍ଥନୀତିକୁ ନେଇ ଭଲ ଖବର ଦେଲେ ସରକାର। କରୋନା ସମୟରେ ବାରମ୍ବାର ଆର୍ଥିକ ଚାପ ପଡ଼ିଥିଲେ ବି ଏବେ ଦେଶର ଅର୍ଥନୀତି ପାଇଁ ଭଲ ଖବର ଆସିଛି। ଡିସେମ୍ବର ମାସରେ ଜିଏସ୍‌ଟି ଆଦାୟ କୋଟିଏ ପାର୍ କରିଛି। ମୋଟ ଜିଏସ୍‌ଟି ଆଦାୟ ୧.୧୫ ଲକ୍ଷ କୋଟି ହୋଇଛି। ଶୁକ୍ରବାର ଏହି ସୂଚନା ଦେଇଛି ଅର୍ଥମନ୍ତ୍ରୀଳୟ।

ଅର୍ଥମନ୍ତ୍ରାଳୟର ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ଯେତେଥର ମାସିକିଆ ଜିଏସ୍‌ଟି ଆଦାୟ ହୋଇଛି ସେଗୁଡ଼ିକ ମଧ୍ୟରୁ ୨୦୨୦ ଡିସେମ୍ବରରେ ଆଦାୟ ହୋଇଥିବା ଦ୍ରବ୍ୟ ଓ ସେବାକର ସବୁଠାରୁ ଅଧିକ ରହିଛି। ୨୦୧୯ ବର୍ଷ ଡିସେମ୍ବର ମାସରେ ଆଦାୟ ହୋଇଥିବା ଜିଏସ୍‌ଟି ତୁଳନାରେ ଏଥର ୧୨ ପ୍ରତିଶତ ଅଧିକ ଆଦାୟ ହୋଇଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୦ ବର୍ଷ ନଭେମ୍ବର ମାସରେ ଜିଏସ୍‌ଟି ଆଦାୟ କୋଟିଏ ଅତିକ୍ରମ କରିଥିଲା। ଡିସେମ୍ବର ମାସରେ ଏଥିରେ ବୃଦ୍ଧି ହୋଇ ୧ ଲକ୍ଷ ୧୫ ହଜାର ୧୭୪ (୧,୧୫,୧୭୪ ) ହୋଇଛି।

ପ୍ରଥମ ଥର ପାଇଁ ୨୦୨୦ ଡିସେମ୍ବରରେ ଜିଏସ୍‌ଟି ଆଦାୟ ୧.୧୫ ଲକ୍ଷ ହୋଇଛି। ଏହା ପୂର୍ବରୁ ୨୦୧୯ ଏପ୍ରିଲ ମାସରେ ୧,୧୩,୮୬୬ କୋଟି ହୋଇଥିଲା। ଯାହା ଦ୍ୱିତୀୟ ସର୍ବାଧିକ ଜିଏସ୍‌ଟି ଆଦାୟ ଥିଲା।

ମୋଟ ଜଏସ୍‌ଟିର କେନ୍ଦ୍ର ସରକାରଙ୍କର ଭାଗ (CGST) ସଂଗ୍ରହ ୨୧,୩୬୫ ହୋଇଥିବା ବେଳେ ରାଜ୍ୟରେ(SGST) ୨୭,୮୦୪ ହୋଇଛି।

ତେବେ ଦେଶର ଦ୍ରାଦ୍ରା ଓ ନଗର ହାବେଳିରେ ଅଧିକ ଜିଏସ୍‌ଟି ଆଦାୟ ହୋଇଛି। ଏଠାରେ ବର୍ଷକୁ ବର୍ଷ ଦ୍ରବ୍ୟ ଓ ସେବାକର ଆଦାୟ ୬୮ ପ୍ରତିଶତ ବୃଦ୍ଧି ହେଉଛି। ୨୦୧୯ ଡିସେମ୍ବର ମାସରେ ୧୫୪ କୋଟି ଜିଏସ୍‌ଟି ଆଦାୟ ହୋଇଥିବା ବେଳେ ୨୦୨୦ ଡିସେମ୍ବରେ ଏହି ସଂଖ୍ୟା ୨୫୯ କୋଟିକୁ ବୃଦ୍ଧି ପାଇଛି। ଏହାପଛକୁ ରହିଛି ତ୍ରିପୁରା ଏଠାରେ ବର୍ଷକୁ ବର୍ଷ ୨୫ ପ୍ରତିଶତ ଜିଏସ୍‌ଟି ଆଦାୟ ବୃଦ୍ଧି ପାଉଛି।

ତେବେ ଡିସେମ୍ବର ମାସର ଠାରୁ ଇଣ୍ଟିଗ୍ରେଟେଡ୍‌ ଜିଏସ୍‌ଟି ୫୭,୪୨୬ ପ୍ରତିଶତ (ଆମଦାନୀ ସାମଗ୍ରୀରୁ ସଂଗୃହିତ ଜିଏସ୍‌ଟି ୨୭,୦୫୦ ସହିତ) ହୋଇଥିବା ବେଳେ ଏଥିରେ ସେସ୍‌ ୮,୫୭୯(ଆମଦାନୀ ସାମଗ୍ରୀରୁ ସଂଗୃହିତ ଜିଏସ୍‌ଟି ୯୭୧ ସହିତ) ହୋଇଛି। ତେବେ ନଭେମ୍ବରୁ ୨୦୨୦ ଡିସେମ୍ବର ମାସ ପର୍ଯ୍ୟନ୍ତ ମୋଟ GSTR-3B ରିଟର୍ଣ୍ଣ ୮୭ ପୈଠ ହୋଇଛି 

You might also like