ଖାଦ୍ୟ ଖୋଜି ଖୋଜି ବସ୍‌ଷ୍ଟାଣ୍ଡରେ ପହଞ୍ଚିଲେ ସିଂହପଲ, ଭିଡିଓ ଭାଇରାଲ

ସୁରଟ: ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ମୁହାଁ ହେଉଥିବା ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ। ହେଲେ ଖାଦ୍ୟ  ଖୋଜି ଖୋଜି ସିଂହ ସହର ଭିତରକୁ ଯଦି ପଶି ଆସେ ତେବେ କ‘ଣ ଅବସ୍ଥା ହେବ ! ଏମିତି ଏକ ଘଟଣା ଘଟିଛି ଗୁଜରାଟର ସୁରଟରେ। ଗୋଟିଏ ବା ଦୁଇଟି ସିଂହ ନୁହେଁ, ଏକଥରକେ ୬ଟି ସିଂହ ଜଙ୍ଗଲରୁ ବାହାରି ଜନବସତି ଭିତରେ ବୁଲୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ବେଶ ଭାଇରାଲ ହୋଇଛି।

ଭିଡିଓଟି ଗୁଜରାଟ ଅମରୋଲି ଜିଲ୍ଲାର ବୋଲି ଜଣାପଡ଼ିଛି। ଅମୀରୋଲି ଜିଲ୍ଲାର ମୋରଜର ଗାଁ ବସ୍‌ଷ୍ଟାଣ୍ଡ ନିକଟରେ ଦେଖିବାକୁ ମିଳିଥିଲା ୬ଟି ସିଂହ। ବସ୍‌ଷ୍ଟାଣ୍ଡରେ ବିଶ୍ରାମ ନେଇଥିବା ଏକ ପଶୁ ଉପରକୁ ଝାମ୍ପି ପଡ଼ିଥିଲେ ସିଂହପଲ। ଏକ ଜନବସତି ଅଞ୍ଚଳରେ ଦୀର୍ଘ ସମୟ ଧରି ଶିକାରରେ ମାତି ରହିଥିଲେ।

ସେହି ବାଟ ଦେଇ ଯାଉଥିବା ଜଣେ କାର୍ ଚାଳକ ଏସବୁ ଦୃଶ୍ୟକୁ ଅତି ସାବଧାନତାର ସହ ରେକର୍ଡିଂ କରୁଥିଲେ।  ପରେ ଏହି ଭିଡିଓ ଭାଇରାଲ ହୋଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଜଙ୍ଗଲରୁ ଆସିଥିବା ଏହି ୬ଟି ସିଂହ ବିଳମ୍ବିତ ରାତି ଯାଏ ସେହି ଅଞ୍ଚଳରେ ବୁଲାବୁଲି କରୁଥିଲେ।

You might also like