ନଏଡାରେ ପହଁଚିଲା ବ୍ଲାକ ଫଙ୍ଗସ୍; ୧୦ ରୋଗୀ ଚିହ୍ନଟ, ୨ ମୃତ

ଗୌତମ ନଗର: କୋଭିଡ଼ ୧୯ ସଂକ୍ରମଣରେ ପୀଡିତ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ବ୍ୟାପିବାରେ ଲାଗିଛି। କାନପୁର ଏବଂ ଲକ୍ଷ୍ନୌରେ ୩ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଗୌତମ ନଗରରେ ପ୍ରବେଶ କରିଛି ଏହି ରୋଗ । ଏପର୍ଯ୍ୟନ୍ତ ନୋଏଡାରେ ୧୦ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଦେଖିବାକୁ  ମିଳିଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟି ସାରିଛି । ମୃତକ ୨ ଜଣଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଜଣେ ପୁରୁଷ ଥିବା ଜଣାଯାଇଛି । ତେବେ ଆଶ୍ଚଯ୍ୟର କଥା, ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ସରକାରୀ ପରିସଂଖ୍ୟାନରେ ଏପର୍ଯ୍ୟନ୍ତ ବ୍ଲାକ୍ ଫଙ୍ଗସ୍ ରୋଗୀ ହିଁ ନାହାଁନ୍ତି।

ସୂଚନା ଥାଉ କି, ଶୁକ୍ରବାର ଦିନ ନୋଏଡାର ୬ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଥିବା ଜଣା ଯାଇଥିଲା। ସମସ୍ତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ହୋଇଛି। ଖବରକାଗଜରେ ପ୍ରକାଶିତ ସୂଚନା ଆଧାରରେ ଜଣାଯାଇଛି, ଆଉ ୪ ବ୍ଲାକ୍ ଫଙ୍ଗସ୍ ମାମଲା ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ବାସ୍ତବରେ କରୋନା ସଂକ୍ରମଣ ଚିକିତ୍ସାରେ ଅଧିକ ଷ୍ଟେରଏଡ ନେଉଥିବା ବ୍ୟକ୍ତିଙ୍କ ପାଖରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଆଶଙ୍କା ବେଶୀ ରହୁଛି ।

ଏଥିସହିତ ମଥୁରାରେ ବ୍ଲାକ ଫଙ୍ଗସ୍ ରୋଗ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଠାରେ ବ୍ଲାକ ଫଙ୍ଗସ୍ ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି। ମଥୁରା, ବୃନ୍ଦାବନ ଏବଂ ରାୟରେ ୩ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହା ପରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ଡିସଚାର୍ଜ ପରେ ମଧ୍ୟ କୋଭିଡ ରୋଗୀଙ୍କ ଉପରେ ନଜର ରଖିବାକୁ ଆରମ୍ଭ କରିଛନ୍ତି । ଦେଖିବାକୁ ମିଳିଛି, କୋଭିଡ୍ ଆକ୍ରାନ୍ତ ହେବା ପରେ ରୋଗୀ ନିଜ ଘରକୁ  ଯାଉଛନ୍ତି  ଏବଂ ଏହା ପରେ ସେମାନେ ବ୍ଲାକ ଫଙ୍ଗସ୍ ସଂକ୍ରମିତ ହୋଉଛନ୍ତି ।

ବୃନ୍ଦାବନ ବନଖଣ୍ଡ ଅଞ୍ଚଳର ୭୦ ବର୍ଷିୟ ମିଥଲେଶ ଦେବୀ ପ୍ରଥମେ କରୋନା ସଂକ୍ରମିତ ହୋଇଥିଲେ । ଏହା ପରେ ସେ ବ୍ଲାକ ଫଙ୍ଗସ୍ ସଂକ୍ରମିତ ସଂକ୍ରମିତ ହୋଇଥିଲେ ଏବଂ ତାଙ୍କର  ଦୃଷ୍ଟି ଶକ୍ତି ନଷ୍ଟ ହୋଇଗଲା । ସେହିଭଳି, ରୟା ଅଞ୍ଚଳରେ ରହୁଥିବା ଜଣେ ଯୁବକ ବ୍ଲାକ ଫଙ୍ଗସ ସଂକ୍ରମିତ ହୋଇଥିଲେ ।

You might also like