ଅଯୋଧ୍ୟା ରାମ ମନ୍ଦିରରେ ଲାଗିବ ବିରାଟ ଘଣ୍ଟି, ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭିବ ଶବ୍ଦ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ଲାଗିବ ବିରାଟ ଘଣ୍ଟି। ଯାହାର ଓଜନ ୬୧୩ କିଲୋଗ୍ରାମ, ଉଚ୍ଚତା ୪.୧ ଫୁଟ୍ ଓ ଚଉଡ଼ା ୩.୯ ଫୁଟ୍ ବୋଲି ଜଣାପଡ଼ିଛି। ଏପରିକି ଏହି ଘଣ୍ଟି ବାଜିଲେ ଏଥିରୁ ‘ଓମ୍‌’ ଶବ୍ଦ ମଧ୍ୟ ଶୁଭିବ। ଖାଲି ଏତିକି ନୁହେଁ ଘଣ୍ଟିରୁ ଶବ୍ଦ ବାହାରିଲେ ଏହା ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭିବ।

ଚେନ୍ନାଇ ସ୍ଥିତ ଲିଗାଲ୍ ରାଇଟ୍ସ କାଉନସିଲ୍ ପକ୍ଷରୁ ତାମିଲନାଡୁର ରାମେଶ୍ୱରମରୁ ବାହାରିଥିବା ‘ରାମ ରଥଯାତ୍ରା’ ଅଯୋଧ୍ୟାରେ ପହଞ୍ଚି ପରେ ଏହି ବିରାଟ ଘଣ୍ଟିକୁ ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଥିଲା। ବିରାଟ ଘଣ୍ଟି ସହ ପ୍ରଭୁ ରାମ, ପ୍ରଭୁ ଲକ୍ଷ୍ମଣ, ମାତା ସୀତା, ପ୍ରଭୁ ହନୁମାନ ଓ ପ୍ରଭୁ ଗଣେଶଙ୍କର ମୂର୍ତ୍ତି ମଧ୍ୟ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିଲା।

ସେପ୍ଟେମ୍ବର ୧୭ରୁ ରାମେଶ୍ୱରମରୁ ବାହାରିଥିବା ‘ରାମ ରଥଯାତ୍ରା’ରେ ୧୮ ଜଣ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ରାମେଶ୍ୱରମରୁ ରାମ ଜନ୍ମ ଭୂମି ପର୍ଯ୍ୟନ୍ତ ୧୦ଟି ରାଜ୍ୟ ଦେଇ ୪,୫୦୦ କିଲୋମିଟର ଯାତ୍ରା କରିବା ପରେ ‘ରାମ ରଥଯାତ୍ରା’ ବୁଧବାର ଦିନ ଅଯୋଧ୍ୟାରେ ପହଞ୍ଚିଥିଲା।

ରାମ ରଥଯାତ୍ରା ଅଯୋଧ୍ୟାରେ ପହଞ୍ଚିବା ପରେ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା। ବୁଲେଟ ରାନୀ ଭାବେ ପ୍ରସିଦ୍ଧ ତାମିଲନାଡୁର ରାଜଲକ୍ଷ୍ମୀ ମନ୍ଦା ରାମରଥ ଚଲାଇ ଅଯୋଧ୍ୟାରେ ପହଞ୍ଚିଥିଲେ।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like