ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ପଡ଼ିଲା ଆଳୁ ଓ ପିଆଜ

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ପଡ଼ିଲା ଆଳୁ ଓ ପିଆଜ। କେନ୍ଦ୍ର କ୍ୟାବିନେଟ୍ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସେହିପରି ଡାଲି ଜାତୀୟ ଶସ୍ୟ ଓ ତୈଳ ବୀଜକୁ ସରକାର ନିୟନ୍ତ୍ରଣ ମୁକ୍ତ କରିଛନ୍ତି। ଅମଳ ଓ ନିଅଣ୍ଟିଆ ସମୟରେ ଦରରେ ହ୍ରାସବୃଦ୍ଧିକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।

ନିୟନ୍ତ୍ରଣ ମୁକ୍ତ ହେବା ଅର୍ଥ କେବଳ ଯୁଦ୍ଧ ଓ ମରୁଡି ଭଳି ଜରୁରୀ ପରିସ୍ଥିତିକୁ ଛାଡ଼ି ସରକାର ଏଣିକି ଆଳୁ, ପିଆଜର MRP ନିର୍ଦ୍ଧାରଣ କରିବେ ନାହିଁ। ଦେଶରେ ଦର ସ୍ଥିର ରଖିବାକୁ ଅତ୍ୟଧିକ ଉତ୍ପାଦନ ହୋଇଥିଲେ ମଧ୍ୟ ଏସବୁ ଉତ୍ପାଦର ରପ୍ତାନୀ ଲାଗି ଅନୁମତି ଦିଆଯାଇ ନଥାଏ। ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼େ।

ତେବେ ଆଳୁ, ପିଆଜ ସମେତ ଅନ୍ୟ ଶସ୍ୟଗୁଡ଼ିକୁ ନିୟନ୍ତ୍ରଣ ମୁକ୍ତ କରାଯିବା ଦ୍ୱାରା ଚାଷୀ ଉଚିତ୍ ମୂଲ୍ୟ ପାଇବ। ଚାଷକ୍ଷେତ୍ରରେ ପୁଞ୍ଜି ନିବେଶ ବଢ଼ିବା ସହ ପ୍ରତିଯୋଗିତା ବଢ଼ିବ ବୋଲି ଆଶା କରାଯାଉଛି।

You might also like