‘ନୂଆ ଟ୍ରାଫିକ୍‌ ନିୟମ ରାଜସ୍ୱ ସଂଗ୍ରହ ପାଇଁ ନୁହଁ ବରଂ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ’

ନୂଆଦିଲ୍ଲୀ: ନୂଆ ମୋଟରଯାନ ସଂଶୋଧିତ ଆଇନ୍‌ ରାଜସ୍ୱ ସଂଗ୍ରହ ପାଇଁ ନୁହଁ ବରଂ ଲୋକଙ୍କ ଜୀବନ ବଞ୍ଚାଇବାକୁ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ଦେଶରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣାରେ ହେଉଛି ବୋଲି ସେ କହିଛନ୍ତି।

ତେବେ ନୂଆ ଟ୍ରାଫିକ ଆଇନ୍‌କୁ ନେଇ ଯେଉଁ ରାଜ୍ୟ ଏଥିରେ ପରିବର୍ତ୍ତନ କରିବ, ଏହାର ପରିଣାମ ଲାଗି ସେ ରାଜ୍ୟ ହିଁ ଦାୟୀ ରହିବ। ରାଜ୍ୟମାନଙ୍କ ପାଇଁ ଲୋକଙ୍କ ଜୀବନ ଅପେକ୍ଷା କ’ଣ ଜରିମାନା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ କହିଛନ୍ତି।

ପ୍ରତିବର୍ଷ ପ୍ରାୟ ଦେଢ଼ ଲକ୍ଷ ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ପ୍ରାୟ ୨ରୁ ୩ ଲକ୍ଷ ଲୋକ ଦୁର୍ଘଟଣା ପରେ ଦିବ୍ୟାଙ୍ଗ ହୋଇ ପଡ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୬୫ ପ୍ରତିଶତ ଲୋକଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ରହିଛି। ଲୋକଙ୍କ ଜୀବନ ବଞ୍ଚାଇବା ନୂଆ ମୋଟରଯାନ ସଂଶୋଧିତ ଆଇନ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ କହିଛନ୍ତି।

ତେବେ କେନ୍ଦ୍ର ସରକାରଙ୍କ ନିୟମକୁ ଖିଲାପ କରି ଅନେକ ରାଜ୍ୟ ଏହି ନିୟମରେ ପରିବର୍ତ୍ତନ କରିଛନ୍ତି। ଗୁଜରାଟ ସରକାର ୯୦ ପ୍ରତିଶତ ପର୍ଯ୍ୟନ୍ତ ଜରିମାନା ହ୍ରାସ କରିବାକୁ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ହାଥରସ ଗଣଦୁଷ୍କର୍ମ ମାମଲା; ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରିୟଙ୍କା-ରାହୁଲ

ରିୟାଙ୍କ ଘରୁ ମିଳିଲା ଏମିତି ଜିନିଷ, ହୋଇପାରେ ୧୦ ବର୍ଷ ଜେଲ୍‌

ହାଥରସ୍‌ ଘଟଣାର ପୁନରାବୃତ୍ତି: ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ, ଆଖି ବୁଜିଲେ ଛାତ୍ରୀ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

You might also like