ଆଜି ସଂସଦରେ ଉପସ୍ଥାପନ ହୋଇପାରେ CAG ରିପୋର୍ଟ

ରାଫେଲ ଯୁଦ୍ଧ ବିମାନ କିଣା ପ୍ରସଙ୍ଗ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାଫେଲ ଯୁଦ୍ଧ ବିମାନ କିଣା ପ୍ରସଙ୍ଗକୁ ନେଇ ଆଜି CAG ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯାଇପାରେ। ୩୬ଟି ରାଫେଲ୍ ବିମାନ କିଣାକୁ ନେଇ ହୋଇଥିବା ଡିଲ୍ ସମ୍ପର୍କରେ ସବିଶେଷ ରିପୋର୍ଟ ଆଜି ପାର୍ଲାମେଣ୍ଟକୁ ହସ୍ତାନ୍ତର କରାଯାଇପାରେ।
ମିଳିଥିବା ସୂଚନା ମୁତାବକ, ଗତ ସପ୍ତାହରେ ସିଏଜି ଏନେଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିସାରିଥିଲେ। ଶୁକ୍ରବାର ରିପୋର୍ଟ ଛପା ହେବାକୁ ଦିଆଯାଇଥିଲା। ଯାହା ଆଜି ସଂସଦରେ ଉପସ୍ଥାପନ ହୋଇପାରେ। ଅନ୍ୟପଟେ ବଜେଟ୍ ଅଧିବେଶନ ସରିବାକୁ ଆଉ ୩ ଦିନ ବାକି ରହିଛି। ସଂସଦରେ ରିପୋର୍ଟ ଉପସ୍ଥାପନ ପରେ ଏହା ପବ୍ଲିକ୍ ଆକାଉଣ୍ଟ କମିଟିକୁ ତର୍ଜମା ପାଇଁ ଯିବ।

ସିଏଜିଙ୍କ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି। ରାଫେଲ୍ ବିମାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଦୀର୍ଘ ଦିନ ହେଲା କଂଗ୍ରେସ ଅଭିଯୋଗ କରିଆସୁଛି ।

You might also like