୭ରୁ ସ୍ୱଦେଶ ବାହୁଡ଼ିବେ ପ୍ରବାସୀ ଭାରତୀୟ

ଭୁବନେଶ୍ୱର: ମେ ୭ରୁ ପଯର୍ୟାୟ କ୍ରମେ ସ୍ୱଦେଶ ଫେରିବେ ପ୍ରବାସୀ ଭାରତୀୟ। ଲକଡାଉନ୍ ପରଠୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରବାସୀ ଭାରତୀୟଙ୍କୁ ଉଭୟ ଆକାଶ ଓ ଜଳପଥରେ ଆସିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଏହା ଦେୟଯୁକ୍ତ ରହିବ। ଏଥିପାଇଁ ବିମାନ ଓ ନୌସେନାର ଜାହାଜକୁ ବ୍ୟବହାର କରାଯିବ।

ତେବେ ଯେଉଁମାନଙ୍କଠାରେ କରୋନା ଲକ୍ଷଣ ନଥିବ, କେବଳ ସେହିମାନଙ୍କୁ ହିଁ ଭାରତ ଫେରାଇ ଅଣାଯିବ। ବିଦେଶରୁ ଯେଉଁମାନେ ଫେରିବେ, ସେମାନଙ୍କର ଏକ ତାଲିକା ବିଭିନ୍ନ ଦେଶର ଭାରତୀୟ ଦୂତାବାସ ଓ ହାଇକମିଶନରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଛି। ଫେରିବାକୁ ଥିବା ଲୋକଙ୍କ ପାଇଁ ଏସଓପି ମଧ୍ୟ ପ୍ରସ୍ତୁତ କରାଯାଇଛି। ଏମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ମାନିବାକୁ ବାଧ୍ୟ। ସେହିଭଳି ଫେରିବାକୁ ଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ ବାଧ୍ୟତାମୂଳକ କରାଯାଇଛି।

You might also like