୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍ କଲା ପ୍ରଶାସନ
ନୋଏଡ଼ା: ନୋଏଡ଼ା ସେକ୍ଟର ୧୩୫ର ଏକ କଂପାନୀକୁ ଗୌତମବୁଦ୍ଧନଗର ଜିଲ୍ଲା ପ୍ରଶାସନ ସିଲ୍ କରିଦେଇଛି । କଂପାନୀରେ କାର୍ଯ୍ୟରତ ୧୬ ଜଣଙ୍କଠାରେ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି ।
ଏହାସହ ଉତ୍ତରପ୍ରଦେଶ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଂପାନୀ ମାଲିକ ଓ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି । ମାଲିକ ଏବଂ ଅଧିକାରୀ ବିଦେଶ ଯାଇ ଫେରିଥିଲେ ବି ଟ୍ରାଭେଲ ହିଷ୍ଟ୍ରି ଲୁଚାଇଥିଲେ ଓ ପରେ କରୋନା ସଂକ୍ରମିତ ବୋଲି ଜଣାପଡ଼ିବାରୁ ତାଙ୍କ ନାଁରେ ଏତଲା ଦିଆଯାଇଛି । ଏହାସହ ଜଣେ ଅଡିଟରଙ୍କୁ ମଧ୍ୟ ବାହାରୁ ଆଣିଥିଲା ସଂପୃକ୍ତ କଂପାନୀ ।
ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଏମାନେ ବିଦେଶରୁ ଫେରିବା ପରେ କ୍ୱାରେଣ୍ଟାଇନରେ ରହିନଥିଲେ କି ଯାତ୍ରା ସଂପର୍କରେ କାହାକୁ ସୂଚନା ଦେଇନଥିଲେ। ଫଳରେ କଂପାନୀରେ କାର୍ଯ୍ୟରତ ଅନ୍ୟ କର୍ମଚାରୀ ଆକ୍ରାନ୍ତ ହୋଇଥିଲେ ବୋଲି ପ୍ରଶାସନ କହିଛି ।