କମିଲା ESI ବୀମା ରାଶି

ନୂଆଦିଲ୍ଲୀ:ଗୁରୁବାର ଇଏସ୍‌ଆଇ ବୀମାରେ ଯୋଗଦାନ ବା କଣ୍ଟ୍ରିବ୍ୟୁସନ୍‌ ହାର ୬.୫%ରୁ ୪%କୁ କମ୍‌ କରି ଦିଆଯାଇଛି। ଏହି କ୍ରମରେ ନିଯୁକ୍ତିଦାତାଙ୍କ ଯୋଗଦାନ ମଧ୍ୟ ୪.୭୫%ରୁ ୩.୨୫%କୁ ଖସିଆସିଛି। ସେହିଭଳି କର୍ମଚାରୀଙ୍କ ଯୋଗଦାନ ୧.୭୫%ରୁ ୦.୭୫%କୁ ଖସିଆସିଛି।

ଆସନ୍ତା ଜୁଲାଇ ମାସ ୧ ତାରିଖରୁ ଏହା ଲାଗୁ ହେବ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଫଳରେ ୩.୬ କୋଟି କର୍ମଚାରୀ ଏବଂ ୧୨.୮୬ ଲକ୍ଷ ନିଯୁକ୍ତିଦାତାଙ୍କୁ ସିଧାସଳଖ ଫାଇଦା ମିଳିବ। ଯିଏ ମାସିକ ୨୧ ହଜାର ଟଙ୍କାରୁ କମ୍‌ ଦରମା ପାଉଥିବେ ଏବଂ ସର୍ବନିମ୍ନ ୧୦ କର୍ମଚାରୀ ଥିବା କମ୍ପାନୀରେ କାମ କରୁଥିବେ ସେମାନେ ଏହାର ଫାଇଦା ନେଇପାରିବେ।

ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି, ଇଏସ୍‌ଆଇ ବୀମାରେ ଯୋଗଦାନ ହାରରେ ହ୍ରାସ କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ। ଏହା ଇଏସ୍‌ଆଇ ସ୍କିମ୍‌ରେ ଅଧିକରୁ ଅଧିକ କର୍ମଚାରୀଙ୍କୁ ଯୋଡ଼ିବା ସହ ସଂଗଠିତ କ୍ଷେତ୍ରରେ ଅଧିକ କର୍ମଚାରୀଙ୍କୁ ଯୋଡ଼ିବାରେ ସହାୟକ ହେବ। ଅନ୍ୟପକ୍ଷରେ ନିଯୁକ୍ତି ଦାତା ମାନଙ୍କର ଆର୍ଥିକ ବୋଝ କମାଇବ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି, ପ୍ରାୟ ୧୦ ଲକ୍ଷ ନିଯୁକ୍ତିଦାତା କମ୍ପାନୀଙ୍କର ୮ ହଜାର କୋଟିରୁ ୯ ହଜାର କୋଟି ଟଙ୍କା ଯାଏ ବୋଝ କମିଯିବ। ୨୦୧୮-୧୯ରେ ଏହି କମ୍ପାନୀମାନେ ମୋଟ ୨୨,୨୭୯ କୋଟି ଟଙ୍କା ଇଏସ୍‌ଆଇ ଯୋଗଦାନ ବାବଦକୁ ଜମା କରିଥିଲେ। ସେମାନଙ୍କ ଆର୍ଥିକ ବୋଝ ହାଲୁକା ହୋଇଥିବାରୁ ସେମାନେ ଏହି ଅର୍ଥରେ ଅଧିକ କର୍ମଚାରୀ ନିଯୁକ୍ତି ଦେଇପାରିବେ, ଯାହାକି ଗୁଣବତ୍ତା ବୃଦ୍ଧିରେ ସହାୟକ ହେବ।

୧୯୯୭ ମସିହା ଜାନୁଆରୀ ୧ ତାରିଖରେ ଇଏସ୍‌ଆଇ ଆକ୍ଟ ଅଧୀନରେ ଏହି ବୀମା ବ୍ୟବସ୍ଥା ଲାଗୁ ହୋଇଥିଲା। ଏହାର ୨୦ ବର୍ଷ ବା ଦୀର୍ଘ ୨ ଦଶନ୍ଧି ପରେ ଏଥିରେ ପରିବର୍ତ୍ତନ କରାଯାଇଛି।

ଆହୁରି ପଢ଼ନ୍ତୁ

‘ଏପ୍ରିଲ ଫୁଲ୍‌’ କରିବାକୁ ଯାଇ କରନ୍ତୁ ନାହିଁ ଏମିତି ଭୁଲ, ନ ହେଲେ…

ସାରା ବିଶ୍ୱରେ ୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

‘ପିଏମ କେୟାର୍ସ ଫଣ୍ଡ’କୁ ଦାନ କଲେ ମୋଦିଙ୍କ ମା’

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

You might also like