କରୋନା ଓ୍ୱାର୍ଡରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ଥିବା କରୋନା ଓ୍ୱାର୍ଡରେ ସିସିଟିଭି ଲଗାଇବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଏନେଇ ସଂପୃକ୍ତ ହସ୍ପିଟାଲକୁ ଜଣାଇ ଦିଆଯାଇଛି । ଆକ୍ରାନ୍ତଙ୍କ ଚିକିତ୍ସା ଅନୁଧ୍ୟାନ ଲାଗି ସିସିଟିଭି ଲଗାଇବାକୁ ଶାହ କହିଥିଲେ ।

ଏହାଛଡ଼ା ଅତିରିକ୍ତ କ୍ୟାଣ୍ଟିନ ପ୍ରସ୍ତୁତ କରି ରଖିବାକୁ ମଧ୍ୟ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶାହ। ଯଦି କାର୍ଯ୍ୟକ୍ଷମ କ୍ୟାଣ୍ଟିନର କର୍ମଚାରୀଙ୍କୁ କରୋନା ସଂକ୍ରମଣ ହୁଏ ଓ କ୍ୟାଣ୍ଟିନ ବନ୍ଦ ହୁଏ ସେ କ୍ଷେତ୍ରରେ ଅତିରିକ୍ତ କ୍ୟାଣ୍ଟିକୁ କାର୍ଯ୍ୟକ୍ଷମ କରିବାକୁ ଶାହ କହିଥିଲେ।

କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ପାରା ମେଡିକାଲ ଷ୍ଟାଫଙ୍କୁ ନିୟମିତ କାଉନେସେଲିଂ କରିବାକୁ ମଧ୍ୟ ଶାହ କହିଥିଲେ । ଦୁଇ ଦିନ ପୂର୍ବରୁ ଦିଲ୍ଲୀରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ଗତକାଲି ଶାହ ଅଚାନକ କରୋନା ହସ୍ପିଟାଲ ପରିଦର୍ଶନ କରିଥିଲେ।  ପରିଦର୍ଶନ ପରେ ରୋଗୀଙ୍କ ଚିକିତ୍ସା ମନିଟର କରିବା ଲାଗି ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।

You might also like