ରାଜ୍ୟସଭାରେ ଅଟକି ରହିଲା ‘ତିନି ତଲାକ୍‌’ ବିଲ୍

ବିରୋଧୀଙ୍କ ହୋହାଲ୍ଲା କାରଣରୁ ଗୃହ କାର୍ଯ୍ୟ ଅଚଳ

ନୂଆଦିଲ୍ଲୀ : ବାରମ୍ବାର ହୋହାଲ୍ଲା ଓ ବିରୋଧ ପ୍ରଦର୍ଶନ ଯୋଗୁଁ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ତିନି ତଲାକ ବିଲ୍ ଆଜି ଉପସ୍ଥାପନ ହୋଇପାରି ନାହିଁ।  ତିନି ତଲାକ୍‌କୁ ନେଇ ଆଜି ଗୃହ ସରଗରମ ରହିଥିବା ବେଳେ ବିରୋଧୀ ବିଲ୍‌ର ବର୍ତ୍ତମାନର ରୂପରେଖକୁ ବିରୋଧ କରି ହୋହାଲ୍ଲା କରିଥିଲେ।

ଏଥିପାଇଁ ଜାନୁୟାରୀ ଦୁଇ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି। ଦୁଇ ଦୁଇ ଥର ଗୃହକାର୍ଯ୍ୟରେ ବାଧା ଯୋଗୁଁ ମୁଲତବୀ ଘୋଷଣା କରାଯାଇଥିଲା।

କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିଲ୍‌କୁ ବିରୋଧ କରି ହଟ୍ଟଗୋଳ କରିଥିଲେ।  ବିରୋଧୀ ଦଳ ବିଲ୍‌କୁ ସିଲ୍‌ରେ କମିଟିକୁ ପଠାଇବା ପାଇଁ ଜିଦ୍ ଧରିଥିଲେ। କିନ୍ତୁ ଏହାକୁ ଗ୍ରହଣ କରିବାକୁ ସରକାରୀ ଦଳ ପ୍ରସ୍ତୁତ ନାହିଁ ବୋଲି ବିରୋଧୀମାନେ ଅଭିଯୋଗ କରିଥିଲେ।

ବିଲକୁ ସିଲ୍‌ରେ କମିଟିକୁ ପଠାଯିବା ପରେ ଗୃହରେ ବିଲ ପାରିତ ପାଇଁ କଂଗ୍ରେସ ସହମତି ଜଣାଇବ ବୋଲି ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି। ସେପଟେ ବିଲ୍‌କୁ ଅଟକାଇବା ପାଇଁ ବିରୋଧୀ କରୁଥିବା ପ୍ରୟାସ ବନ୍ଦ କରନ୍ତୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ।

You might also like