୧୫ରୁ ଖୋଲିବ ସ୍କୁଲ କଲେଜ, କେନ୍ଦ୍ର ଜାରି କଲା ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ସରକାର ନିୟମାବଳୀ ଜାରି କରିଛନ୍ତି। ଅକ୍ଟୋବର ୧୫ରୁ ସ୍କୁଲ କଲେଜ ଖୋଲିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଏଥିଲାଗି ଗୃହ ମନ୍ତ୍ରାଳୟ ନିୟମାବଳୀ ଜାରି କରିଛି। ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ବିଚାର ବିମର୍ଶ ଆଧାରରେ ଏଗୁଡ଼ିକ ଖୋଲାଯିବ।

ତେବେ ନୂଆ ନିୟମାବଳୀ ଅନୁସାରେ:-

  • ପିତାମାତା ବା ଅଭିଭାବକଙ୍କ ଲିଖିତ ଅନୁମତି ପରେ ପିଲାମାନେ ସ୍କୁଲ ଆସିପାରିବେ। ଏହାସହ ସ୍କୁଲରେ ଉପସ୍ଥାନ ନେଇ ନିୟମ କୋହଳ କରାଯିବ। ଏହାଛଡ଼ା ପିଲାମାନେ ଅନଲାଇନ କ୍ଲାସ ପାଇଁ ମଧ୍ୟ ବାଛି ପାରିବେ। ଯେଉଁମାନେ ଅନଲାଇନରେ କ୍ଲାସ କରିବା ଲାଗି ଚାହିଁବେ, ସେ କରିପାରିବେ ବୋଲି ନିୟମାବଳୀରେ ରହିଛି।
  • ଏହାସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଶ୍ରେଣୀଗୃହ ଓ ପାଠ୍ୟ ଉପକରଣକୁ ଉପଯୁକ୍ତ ଭାବେ ବିଶୋଧନକରଣ କରିବେ ବୋଲି ଏଥିରେ ନିର୍ଦ୍ଦେଶ ରହିଛି। ସ୍ୱାସ୍ଥ୍ୟ ଓ ଜରୁରୀସ୍ଥିତିରେ ପଦକ୍ଷେପ ନେବା ଲାଗି ସ୍କୁଲଗୁଡ଼ିକ ଟାସ୍କ ଫୋର୍ସ ଗଠନ କରିବାକୁ ଏଥିରେ କୁହାଯାଇଛି।
  • ଶ୍ରେଣୀଗୃହରେ ସମସ୍ତେ ମାସ୍କ ଓ ସାମାଜିକ ଦୂରତା ବଜାୟ ରହିବାକୁ ପ୍ରାଧାନ୍ୟ ଦେବାକୁ ହେବ। ତା ଛଡ଼ା ଏଭଳି ପରିସ୍ଥିତିରେ କଣ କଣ ପଢ଼ାଯାଇ ପାରିବ ସେନେଇ ଏକ ବିସ୍ତୃତ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିବା ଲାଗି ସ୍କୁଲଗୁଡ଼ିକୁ କୁହାଯାଇଛି। କରୋନା ପାଇଁ ମାର୍ଚ୍ଚରୁ ସ୍କୁଲ କଲେଜ ବନ୍ଦ ରହିଛି ତେବେ ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନ ଖୋଲିବା ଲାଗି ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ନେଇନାହାନ୍ତି।

ଆହୁରି ପଢ଼ନ୍ତୁ

ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଦମା କଲା ସେରମ୍‌

ଟିକେଟ୍‌ ବଣ୍ଟନକୁ ନେଇ ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ରାଜନୈତିକ ଦଳ ଗଠନ କରିପାରନ୍ତି ରଜନୀକାନ୍ତ

ମୁଖ୍ୟସ୍ରୋତକୁ ଫେରିବା ପାଇଁ ସଂଗଠନ ଛାଡ଼ିଲେ ହାର୍ଡକୋର ମାଓବାଦୀ

କୁକୁର ସହ ଖେଳୁଥିବାବେଳେ ପଡ଼ିଗଲେ ଜୋ ବାଇଡେନ

୧୧୦ ଶ୍ରମିକଙ୍କ ମୁଣ୍ଡ କାଟି ହତ୍ୟା କଲେ ଆତଙ୍କୀ, ମହିଳାଙ୍କୁ ଉଠାଇ ନେଲେ

ଚାଷୀ ଆନ୍ଦୋଳନ ନେଇ ବିଜେପି ନେତାଙ୍କ ବୈଠକ

କରୋନା ବଢ଼ାଇଲା କୁକୁଡ଼ା ଦାମ୍‌, ଗୋଟାକୁ ୮୫୦

ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ବିତାଡ଼ିତ ନ କରିବା ଅଭିଯୋଗ ଉପରେ କଡ଼ା ଆଭିମୁଖ୍ୟ ରଖିଲେ ଶାହ

କିମ୍‌ଙ୍କୁ ନେଇ ସାଂଘାତିକ ପ୍ରତିକ୍ରିୟା ରଖିଲେ ସାଂସଦ

ବର୍ଷକରେ ମଲେ ୨୬ ବାଘ

ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

You might also like