ଜେଟ୍ ଇନ୍ଧନ ଦର ବୃଦ୍ଧି; ବଢିପାରେ ବିମାନ ଭଡା

ନୂଆଦିଲ୍ଲୀ:  ମହଙ୍ଗା ହେବ ବିମାନ ଯାତ୍ରା । ସରକାର ଜେଟ୍ ଇନ୍ଧନ ଦର ବୃଦ୍ଧି କରିଛନ୍ତି।  ଫଳରେ ବିମାନ ଭଡା ବଢିବାର ସମ୍ଭାବନା ରହିଛି। ତେବେ ଦରବୃଦ୍ଧି ଯୋଗୁ  କେବଳ ଇକୋନମିକ୍ ଶ୍ରେଣୀରେ ବିମାନ ଟିକେଟ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର।  ବିଜିନେସ ଶ୍ରେଣୀରେ ଟିକଟ ଦର ବଢ଼ିବ ନାହିଁ ବୋଲି  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଆସନ୍ତା ଏପ୍ରିଲ ଯାଏଁ ଟିକେଟ୍ ଦରରେ ୫ ପ୍ରତିଶତ ବୃଦ୍ଧି କରାଯିବ । ଦେଶର କିଛି ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ଏବଂ ଟେଷ୍ଟ ବାଧ୍ୟତାମୂଳକ ପରେ ଏବେ ଦେଶରେ ବିମାନ ଯାତ୍ରୀଙ୍କ ସଂଖ୍ୟା କମିଛି । ଏପ୍ରିଲ ଶେଷ ଯାଏଁ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ୮୦ ପ୍ରତିଶତରେ ସୀମିତ ରଖିବାକୁ ନିର୍ଦ୍ଦେଶ ରହିଛି। ସୂଚନାଥାଉ କି, ଏହାକୁ ମିଶାଇ ମାସକ ଭିତରେ ବିମାନ ଟିକେଟ ଦର ଦୁଇ ଥର ଲାଗି ବୃଦ୍ଧି ଘୋଷଣା କରାଯାଇଛି। ଚଳିତ ବର୍ଷ ଫେବ୍ରୁଆରୀ ପ୍ରଥମ ଥର ପାଇଁ ବିମାନ ଟିକେଟ ଦର ବୃଦ୍ଧି ହୋଇଥିଲା।

‘ବିମାନ ଚଳାଚଳ ପାଇଁ ଏଭିଏସନ ଟର୍ବାଇନ ଫ୍ୟୁଏଲ (ଏଟିଏଫ)ର ଦାମ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଘରୋଇ ବିମାନର ସର୍ବନିମ୍ନ ଭଡ଼ାକୁ ୫% ବୃଦ୍ଧି କରାଯାଇଛି। ତେବେ ସର୍ବାଧିକ ଭଡ଼ାକୁ ଅପରିବର୍ତ୍ତିତ ରଖାଯାଇଛି। ମାସକ ମଧ୍ୟରେ ୩ଥର ଦୈନିକ ଯାତ୍ରୀଙ୍କ ସଂଖ୍ୟା ୩.୫ ଲକ୍ଷ ଅତିକ୍ରମ କଲେ ଆମେ ଏହି ସେକ୍ଟରର ୧୦୦% ଅପରେସନକୁ ଅନୁମତି ଦେବୁ’ ବୋଲି ହରଦୀପ ସିଂହ ପୁରୀ ଟ୍ୱିଟ କରି କହିଛନ୍ତି।

You might also like