ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର। କାହିଁକି ନା ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଲିଟର ପିଛା ୩ ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି ହୋଇଛି।

ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଇଥିବା ସତ୍ତ୍ୱେ ଏହି ବର୍ଦ୍ଧିତ ଉତ୍ପାଦ ଶୁଳ୍କ ଲାଗୁ କରିଛନ୍ତି କେନ୍ଦ୍ର ସରକାର।

ପେଟ୍ରୋଲ ଉପରେ ସ୍ୱତନ୍ତ୍ର ଉତ୍ପାଦ ଶୁଳ୍କ ଲିଟର ପିଛା ୨ରୁ ୮ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଡିଜେଲ କ୍ଷେତ୍ରରେ ଲିଟର ପିଛା ୪ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ପେଟ୍ରୋଲରେ ରୋଡ୍ ସେସ୍ ପ୍ରତି ଲିଟର ୧ ଟଙ୍କା ଏବଂ ଡିଜେଲରେ ପ୍ରତି ଲିଟର ୧୦ ଟଙ୍କା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି।

You might also like