୧୫ଟି ରାଜ୍ୟରେ ୫ ପ୍ରତିଶତ ତଳେ ପଜିଟିଭିଟି ହାର

ନୂଆଦିଲ୍ଲୀ: ଦେଶରେ କରୋନା ରିକଭରି ରେଟ୍ ୯୪.୩ ପ୍ରତିଶତକୁ ବୃଦ୍ଧି ପାଇଛି। ୧୫ଟି ରାଜ୍ୟରେ ୫ ପ୍ରତିଶତ ତଳେ ପଜିଟିଭିଟି ହାର ରହିଛି। ଏନେଇ ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସମସ୍ତଙ୍କୁ ମାଗଣା ଟିକା ଘୋଷଣା ପରେ କେନ୍ଦ୍ରର ନୂଆ ଗାଇଡଲାଇନ ଜାରି ହୋଇଛି। ୧୮ ବର୍ଷରୁ ଊର୍ଦ୍ଧ୍ୱ କାହାକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ। ସେନେଇ ନିର୍ଣ୍ଣୟ କରିବ ରାଜ୍ୟ। ରାଜ୍ୟର ଲୋକସଂଖ୍ୟା, ରୋଗୀ ଅନୁପାତ, ଟିକାକରଣ ଦେଖି ଟିକା ବଣ୍ଟନ କରାଯିବ।

ଯାହାର ବେଶି ଟିକା ଅପଚୟ ଥିବ, ଟିକା ଯୋଗାଣ ହ୍ରାସ କରାଯିବ। ରାଜ୍ୟମାନଙ୍କୁ କେନ୍ଦ୍ର କେଉଁଦିନ କେତେ ଟିକା ଦେବ ଆଗୁଆ ଜଣାଇବ। ସେହିପରି ରାଜ୍ୟମାନେ ମଧ୍ୟ ନିଜ ନିଜ ଜିଲ୍ଲାମାନଙ୍କୁ ଆଗୁଆ ଜଣାଇ ଦେବେ। ଟିକା ଉତ୍ପାଦକମାନେ ଘରୋଇ ହସ୍ପିଟାଲକୁ ସିଧା ଟିକା ଦେଇପାରିବେ। ମାସିକ ଉତ୍ପାଦନର ସର୍ବାଧିକ ୨୫ପ୍ରତିଶତ ପର୍ଯ୍ୟନ୍ତ ଟିକା ହସ୍ପିଟାଲକୁ ଦେବେ। ଟିକା କଂପାନୀ ଧାର୍ଯ୍ୟ ଦର ସହ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେବେ ହସ୍ପିଟାଲ।

ଆର୍ଥିକ ସ୍ୱଚ୍ଛଳବର୍ଗଙ୍କୁ ଘରୋଇ ହସ୍ପିଟାଲରେ ଟିକା ନେବାକୁ ପ୍ରବର୍ତ୍ତାଯିବ। କୋଓ୍ବିନ ସହ ଅନସାଇଟ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା ସହ ପ୍ରି-ବୁକିଂ ପାଇଁ କମନ ସର୍ଭିସ ସେଣ୍ଟର ଓ କଲ୍ ସେଣ୍ଟରକୁ ଲଗାଯିବ ନୂଆ ଗାଇଡଲାଇନ ଜୁନ୍ ୨୧ତାରିଖରୁ ଲାଗୁ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ରହିଛି।

You might also like