ଜମାକାରୀଙ୍କ ଜମାରାଶିର ସୁରକ୍ଷା ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଜମାରାଶି ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଏବେ ରିଜର୍ଭ ବ୍ୟାଙ୍କ ସ୍କାନରରେ ରହିବେ ଦେଶର ୧୫ଶହ ୪୦ଟି ସମବାୟ ବ୍ୟାଙ୍କ। ଏଗୁଡ଼ିକ ମଧ୍ୟରେ ରହିଛି ୧୪ ଶହ ୮୨ଟି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ। ଏବଂ ୫୮ଟି ବହୁ ରାଜ୍ୟ ସମବାୟ ବ୍ୟାଙ୍କ।

ଏହି ବ୍ୟାଙ୍କର ସିଧାସଳଖ ତଦାରଖ ପାଇଁ ରିଜର୍ଭ ବ୍ୟାଙ୍କକୁ କ୍ଷମତା ଦିଆଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟ ଅନୁସୂଚିତ ବ୍ୟାଙ୍କ ଉପରେ ନିୟନ୍ତ୍ରଣ ପାଇଁ RBIର ଯେଉଁ ସବୁ କ୍ଷମତା ରହିଛି।

ଏହି ସବୁ ବ୍ୟାଙ୍କରେ ମଧ୍ୟ ରିଜର୍ଭ ବ୍ୟାଙ୍କ ସେହି ସବୁ କ୍ଷମତା ପ୍ରୟୋଗ କରିପାରିବ। ଏହି ନିଷ୍ପତ୍ତି ଫଳରେ ବ୍ୟାଙ୍କରେ ଜମାକାରୀଙ୍କ ଜମାରାଶି ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ ବୋଲି  କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଦେକର କହିଛନ୍ତି।

ଆହୁରି ପଢ଼ନ୍ତୁ

You might also like