ତେଲେଙ୍ଗାନା ବିଧାନସଭା ଭଙ୍ଗ କଲେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ : ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା। ଅାଜି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇ ରାଜ୍ୟପାଳ ଇଏଏସଏଲ୍ ନରସିଂହାଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇବା ପରେ ସୁପାରିଶକୁ ଗ୍ରହଣ କରିନେଇଛନ୍ତି ରାଜ୍ୟପାଳ। ଏଥିସହ ଚନ୍ଦ୍ରଶେଖର ରାଓଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ଦେଇଛନ୍ତି ରାଜ୍ୟପାଳ।

ନିକଟରେ ତେଲେଙ୍ଗାନା ଗଠନକୁ ୪ ବର୍ଷ ପୂରଣ ହୋଇଛି। ତେଲେଙ୍ଗାନା ରାଷ୍ଟ୍ର ସମିତି ସରକାରର କାର୍ଯ୍ୟକାଳ ଅାସନ୍ତା ବର୍ଷ ମେ ମାସରେ ଶେଷ ହେଉଛି। ଅର୍ଥାତ ତେଲେଙ୍ଗାନା ବିଧାନସଭା କାର୍ଯ୍ୟକାଳ ଅାଉ ୧୦ ମାସ ଥିଲା , ତେବେ କାର୍ଯ୍ୟକାଳ ଶେଷ ହେବାର ଯଥେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ KCR ବିଧାନସଭା ଭଙ୍ଗ ନେଇ ଅାଜି ଘୋଷଣା କରିଥିଲେ।

ପୂର୍ବରୁ ଗତ ୨ ତାରିଖରେ ତେଲେଙ୍ଗାନା ରାଷ୍ଟ୍ର ସମିତି ପକ୍ଷରୁ ରଙ୍ଗାରେଡି ଜିଲ୍ଲାରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସାଧାରଣ ଲୋକଙ୍କ ଅାଗରେ TRS ସରକାର ତାର ରିପୋର୍ଟ କାର୍ଡ ଉପସ୍ଥାପନା କରିଥିଲା। ଅାନ୍ଧ୍ରପ୍ରଦେଶ ବିଭାଜନ ପରେ ୨୦୧୪ ମସିହା ଜୁନ୍୨ ରେ ତେଲେଙ୍ଗାନା ସରକାର ଗଠନ ହୋଇଥିଲା। ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ।

You might also like