ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ନୂଆଦିଲ୍ଲ: ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି। କୋଭିଡ-୧୯ ସଙ୍କଟକୁ ଦୃଷ୍ଟିରେ ରଖି ହୋଇଥିବା ଲକ୍‌‌ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଚାଲ କରାଯାଇଥିଲା ସ୍ୱତନ୍ତ୍ର ଟ୍ରେନ। ଲକ୍ଷ୍ୟଥିଲା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ସୁବିଧାରେ ପହଞ୍ଚାଇ ଦେବା। ତେବେ ସ୍ୱତନ୍ତ୍ର ଟ୍ରେନ୍‌‌ରେ ଯାତ୍ରା ସମୟରେ ୯୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ରେଳମନ୍ତ୍ରୀ ପୀୟୂଷ ଗୋୟଲ ନିଜେ ଏହି କଥାକୁ ସଂସଦ ଭବନରେ ସ୍ୱୀକାର କରିଛନ୍ତି।

ତୃଣମୂଳ କଂଗ୍ରେସ ନେତାଙ୍କର ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ପିୟୂଷ ଗୋୟଲ ନିଜେ ରାଜ୍ୟସଭାରେ ଏପରି ତଥ୍ୟ ରଖିଛନ୍ତି। ପିୟୂଷ ଗୋୟଲ କହିଥିଲେ, ରାଜ୍ୟ ପୋଲିସ ଦ୍ୱାରା ଉପଲବ୍ଧ ତଥ୍ୟ ଅନୁସାରେ, କୋଭିଡ-୧୯ ସଙ୍କଟ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଯାତ୍ରା ସମୟରେ ସେପ୍ଟେମ୍ବର ୯ ତାରିଖ ସୁଦ୍ଧା ୯୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ଏଥିମଧ୍ୟରୁ ୮୭ ଜଣଙ୍କ ଶବକୁ ରାଜ୍ୟ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ୫୧ ଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟ ପ୍ରାପ୍ତ ହୋଇଛି। ଏହି ରିପୋର୍ଟରେ ମୃତ୍ୟୁର କାରଣ ହୃଦରୋଗ, ବ୍ରେନ୍‌ ହାମରେଜ, ଅନ୍ୟାନ୍ୟ ପୁରୁଣା ରୋଗ, ଫୁସ୍‌ଫୁସ୍‌ ଜନିତ ସମସ୍ୟା ଆଦି କାରଣ ଦର୍ଶାଯାଇଛି। ପୀୟୂଷ ଗୋୟଲ ସୂଚନା ଦେଇ କହିଥିଲେ, ଏହି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌‌ରେ ପ୍ରାୟ ୬୩.୧୯ ଲକ୍ଷ ଶ୍ରମିକ ଯାତ୍ରା କରିଥିଲେ। ରେଳମନ୍ତ୍ରୀ ମାନିଲେ, ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ଅନକେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

You might also like