ବିଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଯୋଜନା କରୁଛନ୍ତି ସରକାର, ହେଲେ…

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ଏୟାର ଇଣ୍ଡିଆ, ରାଜ୍ୟ ସରକାର ଏବଂ ବିଦେଶରେ ଥିବା ଭାରତୀୟ ମିଶନଙ୍କ ସହାୟତାରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ବିଦେଶ ମନ୍ତ୍ରାଳୟ ଯୋଜନା କରୁଥିବା ସୂଚନା ମିଳିଛି। 

ସୂଚନା ଅନୁସାରେ, ଲକଡାଉନ କଟକଣା ଉଠିବା ପରେ ବିଦେଶରେ ଫସି ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ସରକାର ଯୋଜନା କରୁଛନ୍ତିସ୍ୱତନ୍ତ୍ର ବିମାନ ଯୋଗେ କିମ୍ବା ରେଗୁଲାର ବିମାନ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟ ମଧ୍ୟରେ ଚଳାଚଳ ଆରମ୍ଭ କଲେ ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ହେଲେ ଏସବୁ ଲକଡାଉନ ସ୍ଥିତି ଉପରେ ନିର୍ଭର କରେପେମେଣ୍ଟ ଆଧାରରେ ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ଅର୍ଥାତ ବିମାନ ଟିକେଟ ପାଇଁ ନାଗରିକଙ୍କୁ ଟଙ୍କା ଦେବାକୁ ପଡିବ।

କରୋନା ଯୋଗୁ ହଜାର ହଜାର ସଂଖ୍ୟକ ଭାରତୀୟ ବିଦେଶରେ ଫସି ରହିଛନ୍ତି,ବିଶେଷ କରି ଗଲ୍ଫରେ।  କରୋନା ସଂକ୍ରମଣକୁ ରୋକିବା ପାଇଁ ସାରାଦେଶରେ ଲକଡାଉନ ଘୋଷଣା ହୋଇଛି। ମେ ୩ରେ ଏହି ଲକଡାଉନ ଅବଧି ଶେଷ ହେବ। ଏହାପରେ ଦେଶରେ ଲକଡାଉନ ଅବଧି ପୁଣି ବଢ଼ିବ ନା ନାହିଁ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦,୧୭୭ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୮୨୬ରେ ପହଞ୍ଚିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like