ଏସ୍‌ସି ଏସ୍‌ଟି ସଂଶୋଧନ ବିଲ୍‌ ପ୍ରସଙ୍ଗରେ ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ : ଏସ୍‌ସି ଏସ୍‌ଟି ସଂଶୋଧନ ବିଲ୍‌ ପ୍ରସଙ୍ଗରେ ସଂସଦରେ ହଙ୍ଗାମା ଜାରି। ଏସ୍‌ସି ଏସ୍‌ଟି ସଂଶୋଧିତ ବିଲ୍ ପ୍ରସଙ୍ଗରେ ଅାଜି ଲୋକସଭାରେ ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ। ଏସ୍‌ସି ଏସ୍‌ଟି ବିଲ୍ ପ୍ରସଙ୍ଗରେ ଗୃହର ଚଳିତ ଅଧିବେଶନରେ ବିଲ୍ ଅାଗତ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ।

ଚଳିତ ଅଧିବେଶନରେ ଏହି ବିଲ୍‌କୁ ଅନୁମୋଦନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିବେ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଗତକାଲି କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏ ସଂକ୍ରାନ୍ତ ବିଲ୍‌କୁ ମଞ୍ଜୁରୀ ମିଳିଛି। ଏସ୍‌ସି ଏସ୍‌ଟି ବିଲ୍‌କୁ ନେଇ ଅାସନ୍ତା ଅଗଷ୍ଟ୯ରେ ଦଳିତ ସଂଗଠନ ମାନଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଅାଯାଇଥିବା ବେଳେ ଏହା ପୂର୍ବରୁ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି।

ବିଭିନ୍ନ ଏସ୍‌ସି,ଏସ୍‌ଟି ଅାଇନର ଦୁରୁପଯୋଗ ହେଉଥିବା ଅଭିଯୋଗ କରି ଗତ ମାର୍ଚ୍ଚ ୨୦ରେ ସୁପ୍ରିମ୍‌କୋର୍ଟ ଚିନ୍ତାବ୍ୟକ୍ତ କରିଥିଲେ। ଏହି ଅାଇନ ବଳରେ କର୍ତ୍ତବ୍ୟରତ ଅଧିକାରୀ ମାନଙ୍କୁ ତୁରନ୍ତ ଗିରଫ କରାଯାଇପରିବ ନାହିଁ ବୋଲି ଜଷ୍ଟିସ୍‌ ଅାଦର୍ଶ ଗୋଏଲ ଓ ଜଷ୍ଟିସ୍‌ ୟୁ. ୟୁ. ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିବା ସହ ଏଥିରେ ସଂଶୋଧନ ଅାଣିଥିଲେ।

ଏହାଦ୍ୱାରା ଉକ୍ତ ଅାଇନକୁ ଦୁର୍ବଳ କରିଦିଅାଯାଇଥିବା ଅଭିଯୋଗ କରି ଦଳିତ ଅାନ୍ଦୋଳନ ହୋଇଥିଲା। ଯେଉଁଥିରେ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଅାସନ୍ତା ୯ରେ ପୁଣି ଅାନ୍ଦୋଳନ ଡାକରା ଦିଅାଯାଇଥିବାରୁ ସରକାର ଏବେ ଏହି ଅାଇନକୁ ବଳବତ୍ତର ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

You might also like